ଶନିଦେବଙ୍କୁ କେମିତି କରିବେ ପ୍ରସନ୍ନ ଆସନ୍ତୁ ଜାଣିବା
ଶନିଦେବଙ୍କୁ କେମିତି କରିବେ ପ୍ରସନ୍ନ ଆସନ୍ତୁ ଜାଣିବା
admin
Jan 18, 2020 - 00:58
Updated: Jan 18, 2020 - 00:58
ମାନ୍ୟତା ରହିଛି ଯେ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେଲେ ଶନିଦେବଙ୍କ ଆରାଧନା କରିବା ଉଚିତ୍। ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ବିଗିଡି ଯାଇଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥାଏ। ଏହା ସହ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ। ଶନିଦେବ ମଣିଷଙ୍କ କର୍ମ ଏବଂ କର୍ମର ଫଳ ସହ ସମ୍ବନ୍ଧ ରଖିଥାନ୍ତି। ଶନି ଦେବଙ୍କ କୃପା ବିନା ବିବାହ ହୋଇନଥାଏ ଏବଂ ସନ୍ତାନ ପ୍ରାପ୍ତିର ଖୁସୀ ମିଳି ନଥାଏ। ତେବେ ଆସନ୍ତୁ ଜାଣିବା ଶନିଦେ ବଙ୍କୁ ପ୍ରସନ୍ନ କରିବାର କିଛି ବିଶେଷ ଉପାୟ
ଏପରି କରନ୍ତୁ ଶନିଦେବଙ୍କ ପୂଜା
ଶନିବାର ସୂର୍ଯ୍ୟ ଉଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହା ଦ୍ବାରା ବିଶେଷ ଲାଭ ମିଳିଥାଏ।
କଳା ବା ନୀଳ ରଙ୍ଗର ଆସନ ଉପରେ ବସି ରାଶି ତେଲର ଦୀପ ଜଳାନ୍ତୁ।
ପଶ୍ଚିମ ଦିଗକୁ ମୁହଁ କରି ଦୀପ ଜଳାନ୍ତୁ ଓ ପ୍ରଣାମ କରନ୍ତୁ।
ଲଗାତର ୭ ଥର ଶନିସ୍ତୋତ୍ର ପାଠ କରନ୍ତୁ।
ଏପରି ସକାଳେ ଓ ସନ୍ଧ୍ୟାରେ ଲଗାତର ଭାବେ ୨୭ ଦିନ ଯାଏ କରନ୍ତୁ।
ନିଜ ସମସ୍ୟା ଦୂର ପାଇଁ ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ।
ଶନିଦେବଙ୍କ ପୂଜା ବେଳେ ଆପଣାନ୍ତୁ ଏହି ସାବଧାନତା
ଶନିଦେବଙ୍କ ପୂଜା ସର୍ବଦା ସୂର୍ଯ୍ୟ ଉଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ କରନ୍ତୁ।
ଶନିଦେବଙ୍କ ପୂଜା ବେଳେ ସର୍ବଦା ପରିସ୍କାର ପୋଷାକ ପରିଧାନ କରନ୍ତୁ।
ଶନିଦେବଙ୍କ ପୂଜା ପାଠରେ ସର୍ବଦା ସୋରିଷ ବା ରାଶି ତେଲ ବ୍ୟବହାର କରନ୍ତୁ।
ଶନିଦେବଙ୍କ ପୂଜା ସର୍ବଦା ଶାନ୍ତ ମନରେ କରନ୍ତୁ।
ଅଶ୍ବତ୍ଥ ବୃକ୍ଷ ତଳେ ଶନିଦେବଙ୍କ ପୂଜା କରନ୍ତୁ।