ଲଞ୍ଚରେ ନିଆଁ ଲାଗି ୩୨ ଜୀବନ୍ତ ଦଗ୍ଧ
ଲଞ୍ଚରେ ନିଆଁ ଲାଗି ୩୨ ଜୀବନ୍ତ ଦଗ୍ଧ
ଢାକା: ମଝି ନଈରେ ଲଞ୍ଚରେ ନିଆଁ ଲାଗିବାରୁ ୩୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବାଂଲାଦେଶର ରାଜଧାନୀ ଢାକା ଠୁ ୨୫୦ କିଲୋମିଟର ଦୂର ଦକ୍ଷିଣ ସହର ଝାଲୋକାଟିର ଏକ ନଦୀରେ ଘଟିଛି ଏହି ଅଘଟଣ । ଲଞ୍ଚରେ ପାଖାପାଖି ୫୦୦ରୁ ଅଧିକ ଲୋକ ଥିଲେ । ଲଞ୍ଚରେ ୨୫୦ରୁ ଅଧିକ ଯାତ୍ରୀ ଥିଲେ। ଏହା ଗତକାଲି ରାତିରେ ଢାକାରୁ ଯାତ୍ରା ଆରମ୍ଭ କରିଥିଲା। ଏହା ଝାଲକାଠି ଦେଇ ବରଗୁନାକୁ ଯାତ୍ରା କରୁଥିଲା। ଲଞ୍ଚର ଇଞ୍ଜିନ୍ ରୁମ୍ରେ ପ୍ରଥମେ ନିଆଁ ଲାଗିଥିଲା।
୩ ଥାକିଆ ମୋଟର ଲଞ୍ଚରେ ନିଆଁ ଲାଗିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଜୀବନ ବଞ୍ଚାଇବାକୁ ଲୋକ ପାଣିକୁ ଡେଇଁ ପଡିଥିଲେ । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।




admin 