ଲକ୍ଷ୍ମୀ ଛଡା ହୁଅନ୍ତି ଏହି ପ୍ରକୃତିର ଲୋକ
ଲକ୍ଷ୍ମୀ ଛଡା ହୁଅନ୍ତି ଏହି ପ୍ରକୃତିର ଲୋକ
ଭୁବନେଶ୍ୱର: ମଣିଷ ନିଜ ଜୀବନରେ ବହୁତ କିଛି ପାଇବାର ଆଶା ରହିଥାଏ । ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ଖୁସିରେ ରହିବା ପାଇଁ ମଣିଷ ସର୍ବଦା ପରିଶ୍ରମ କରିବା ଆବଶ୍ୟକ । ଭଲରେ ରହିବା ପାଇଁ ସର୍ବଦା ଟଙ୍କା ଆବଶ୍ୟକ ହୋଇଥାଏ । ତେବେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ରୋଜଗାର କଲେ ସୁଦ୍ଧା ସଞ୍ଚୟ କରିପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏତେ ପରିଶ୍ରମ ସତ୍ତେ୍ୱ ମଧ୍ୟ କେଉଁ ପ୍ରକାରର ଲୋକଙ୍କ ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ?
- କଟୁଶବ୍ଦ ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରହେ ନାହିଁ । ସତ୍ୟ ଏବଂ ମଧୁର କଥା କହୁଥିବା ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ଥାଏ । ଏହା ମଧ୍ୟ କୁହାଯାଇଛି ଯେ ‘ମଧୁର ବିନୟ ବଚନ କହି ତୋଷିବ ଜନ ମନ ’ ଜଣେ ଯଥାସମ୍ଭବ ମଧୁର କଥା କହିବା ଉଚିତ । ତେଣୁ ମଣିଷ ଆବଶ୍ୟକତାଠାରୁ ଅଧିକ ଖାଇବା ଠିକ୍ ନୁହେଁ ।
- ଯଦି ଅପରିଷ୍କାର ଲୁଗାପଟା ପିନ୍ଧନ୍ତି ତେବେ ମଧ୍ୟ ଲକ୍ଷ୍ମୀ ଦୂରେଇ ଯାଆନ୍ତି । ଯଦି ଜଣେ ଗରିବ ଲୋକ ସଫା ରହେ, ତେବେ ଲକ୍ଷ୍ମୀ ତାଙ୍କ ସହିତ ଥାନ୍ତି ।
- ଶୋଇବା ପାଇଁ ରାତି ସମୟ ସବୁଠାରୁ ଉପଯୁକ୍ତ ବୋଲି ବିବେଚନା କରାଯାଏ । ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରହେ ନାହିଁ ।
- ସର୍ବଦା ଦାନ୍ତ ପରିଷ୍କାର ରଖିବା ଅତ୍ୟନ୍ତ ଆବଶ୍ୟକ । କାରଣ ଲକ୍ଷ୍ମୀ ଅପରିଷ୍କାର ଦାନ୍ତ ଥିବା ଲୋକଙ୍କ ସହିତ ମଧ୍ୟ ରହନ୍ତି ନାହିଁ ।




admin 