ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ବିରୋଧୀ ପ୍ରାର୍ଥୀ ହେଲେ ଆରଜେଡିର ମନୋଜ ଝା

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ବିରୋଧୀ ପ୍ରାର୍ଥୀ ହେଲେ ଆରଜେଡିର ମନୋଜ ଝା

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ବିରୋଧୀ ପ୍ରାର୍ଥୀ ହେଲେ ଆରଜେଡିର ମନୋଜ ଝା
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହେବେ ଆରଜେଡିର ସାଂସଦ ମନୋଜ ଝା । ବିଭିନ୍ନ ବିରୋଧୀ ଦଳ ମାନଙ୍କ ଦ୍ୱାରା ମନୋଜ ଝାଙ୍କ ନାମକୁ ଚୂଡାନ୍ତ କରାଯାଇଛି । ମନୋଜ ଝା ପ୍ରାର୍ଥୀ ପତ୍ର ଦାଖଲ କରିବେ । ନାମାଙ୍କନ ପତ୍ର ଦାଖଲ ସମୟରେ ବିରୋଧୀ ଦଳର ପ୍ରମୁଖ୍ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମନୋଜ ଝାଙ୍କର ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ । ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହରିବଂଶ ଏନଡିଏର ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ମନୋଜ ଝାଙ୍କ ସପକ୍ଷରେ ଭେଟ ଦେବା ପାଇଁ ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ବାର୍ତ୍ତା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଇଁ ଏକ ବଡ଼ ପରୀକ୍ଷା ୧୯୭୭ ରୁ ୨୦୧୮ ପର୍ଯ୍ୟନ୍ତ କଂଗ୍ରେସ ଦଖଲରେ ଥିବା ଏହି ଆସନକୁ କଂଗ୍ରେସ ପୁଣି ଥରେ ଅକ୍ତିଆର କରିବାକୁ ଚାହୁଁଛି । କୌଣସି ପକ୍ଷରେ ସଂଖ୍ୟା ଗରିଷ୍ଠତା ନାହିଁ । ଏନଡିଏ ପାଖରେ ୧୧୭ ଏମପି ରହିଥିବା ବେଳେ କଂଗ୍ରେସର ୪୦ ଜଣ ସଦସ୍ୟ ରହିଛନ୍ତି ।