ରାଜ୍ୟରେ ୧୩୮୮ ନିୟୁତ ୟୁନିଟ ବିଜୁଳି ଚୋରି ହୋଇଛି : ଶକ୍ତିମନ୍ତ୍ରୀ

ରାଜ୍ୟରେ ୧୩୮୮ ନିୟୁତ ୟୁନିଟ ବିଜୁଳି ଚୋରି ହୋଇଛି : ଶକ୍ତିମନ୍ତ୍ରୀ

ରାଜ୍ୟରେ ୧୩୮୮ ନିୟୁତ ୟୁନିଟ ବିଜୁଳି ଚୋରି ହୋଇଛି  : ଶକ୍ତିମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟତଃ ବିଜୁଳି ଚୋରି ହେଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ୧୩୮୮ ନିୟୁତ ୟୁନିଟ ବିଜୁଳି ଚୋରି ହୋଇଥିବା ଜଣାଯାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ବିଦୁ୍ୟତ ବିତରଣ କମ୍ପାନୀଠାରୁ ମିଳିଥିବା ସୂଚନା ଅନୁସାରେ ୨୦୨୦ ଏପି୍ରଲରୁ ଚଳିତ ବର୍ଷ ଜାନୁଆରୀ ମଧ୍ୟରେ ୧୫,୭୪୮ ଟି ବିଜୁଳି ଚୋରି ମାମଲା ଧରାପଡ଼ିଛି । ଏଥିମଧ୍ୟରୁ ସର୍ବାଧିକ ୯୦୧୦ଟି ଟିପିଡବ୍ଲୁଓଡିଏଲ ଇଲାକାରେ ଘଟିଥିବା ବେଳେ ଏଥିରେ ମୋଟ ୧୫ଟି ଏଫଆଇଆର ରୁଜୁ ହୋଇଛି । ୫୮୯୨ ଟି ମାମଲାର ସମାଧାନ ହୋଇଥିବା ବେଳେ ୩୧୧୮ଟି ଏବେ ବି ପଡ଼ି ରହିଛି । ସେହିଭଳି ଟିପିଏସଓଡିଏଲ ଇଲାକାରେ ୨୧୯୩ ଟି ଚୋରି ଧରାପଡ଼ିଥିବା ବେଳେ ଏଥିରେ ମାତ୍ର ଗୋଟିଏ ଏଫଆଇଆର ରୁଜୁ ହୋଇଛି । ଟିପିସିଓଡିଏଲ ଇଲାକାରେ ୧୧୩୩ଟି ବିଜୁଳି ଚୋରି ଧରାପଡ଼ିଥିବା ବେଳେ ନେସକୋ ୱିଟିଲିଟି ଇଲାକାରେ ୭୮୦ଟି ଚୋରି ହୋଇଛି । ରାଜ୍ୟରେ ଘଟିଥିବା ଏହି ସମସ୍ତ ବିଜୁଳି ଚୋରି ପାଇଁ ମୋଟ ୯୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୦,୯୦୪ଟି ଚୋରି ଘଟଣାର ସମାଧାନ ହୋଇଛି ।