ରାଜ୍ୟରେ ଆଜି ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ରାଜ୍ୟରେ ଆଜି ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
admin
Sep 18, 2020 - 05:36
Updated: Sep 18, 2020 - 05:36
ଭୁବନେଶ୍ବର : ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଜପତି, ବଲାଙ୍ଗିର, ବରଗଡ, କଟକ, ମୟୂରଭଞ୍ଜ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତୁ ସଂଖ୍ୟା ୬୮୨କୁ ବୃଦ୍ଧି ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବରର ୪୯ ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ଜଣେ ୭୮ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୩୯ ବର୍ଷୀୟ ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ ୭୯ ବର୍ଷୀୟ ବ୍ୟକ୍ତି । କେନ୍ଦ୍ରାପଡାରୁ ଜଣେ ୯୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ୫୦ ବର୍ଷୀୟ ବ୍ୟକ୍ତି । ସେହିପରି ବରଗଡ ଜିଲ୍ଲାରୁ ୨୫ ବର୍ଷୀୟ ଯୁବକ, ବଲାଙ୍ଗିରର ୮୨ ବର୍ଷୀୟ ବ୍ୟକ୍ତି, ଗଜପତିର ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କଟକରୁ ଆଜି ଜଣେ ୬୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲାରୁ ଜଣେ ୭୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ ୫୦ ବର୍ଷୀୟ ପୁରୁଷ ରହିଛନ୍ତି ।