ରାଜ୍ୟରେ ଆଉ ୧୧୯୩ ଜଣ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୧୧୯୩ ଜଣ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୧୧୯୩ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୩ ଆକ୍ରାନ୍ତ ବାହାରିଛନ୍ତି । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୫ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୧ ହଜାର ୧୮୨ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଓଡ଼ିଶାରେ ସାମାନ୍ୟ ବଢ଼ିଲା ସଂକ୍ରମଣ। ୨୪ ଘଣ୍ଟା ମଧ୍ୟରେ ୨୮ଟି ଜିଲ୍ଲାରୁ ୧୧୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୫ ଜଣ, କଟକରୁ ୧୬୧ ଜଣ, ବାଲେଶ୍ବରରୁ ୬୯ ଜଣ, ଜଗତସିଂହପୁରରୁ ୫୬ ଜଣ, ଯାଜପୁରରୁ ୫୦ ଜଣ, ଅନୁଗୁଳରୁ ୪୯ ଜଣ, ନୟାଗଡ଼ରୁ ୩୯ ଜଣ, ପୁରୀରୁ ୩୪ ଜଣ, ଢ଼େଙ୍କାନାଳରୁ ୩୧ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ,ମୟୂରଭଞ୍ଜରୁ ୨୨ ଜଣ, କେନ୍ଦୁଝରରୁ ୨୦ ଜଣ, ବରଗଡ଼ରୁ ୧୫ ଜଣ, ଗଞ୍ଜାମରୁ ୧୩ ଜଣ,ସମ୍ବଲପୁରରୁ ୧୧ ଜଣ, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ବଲାଙ୍ଗୀର ଓ ରାୟଗଡ଼ା ଜିଲ୍ଳାର ୯ ଜଣ ଲେଖାଏଁ, ଦେବଗଡ଼ରୁ ୫ ଜଣ,କନ୍ଧମାଳ ଓ କୋରାପୁଟର ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧର ଓ ମାଲାନଗିିରି ଜିଲ୍ଲାରୁ ୩ ଜଣ ଲେଖାଏଁ, ଗଜପତି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଳାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୯୨ ହଜାର ୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୦ ହଜାର ୮୦୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୭୪ ହଜାର ୭୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।