ରାଜ୍ୟରେ ଆଜିଠୁ ଥଣ୍ଡା କ୍ରମଶଃ କମିବ

ରାଜ୍ୟରେ ଆଜିଠୁ ଥଣ୍ଡା କ୍ରମଶଃ କମିବ

ରାଜ୍ୟରେ  ଆଜିଠୁ ଥଣ୍ଡା କ୍ରମଶଃ କମିବ
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଥଣ୍ଡା କ୍ରମଶଃ କମିବ । ଗୁରୁବାର ରାତିରେ ଧୀରେ ଧୀରେ ପାରଦ ଉପରକୁ ଉଠିବ । ୨ ଦିନରେ ଭିତରେ ପ୍ରାୟ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ । ପରେ ପୁଣି ୮ ତାରିଖବେଳକୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ । ଶ୍ରୀ ବିଶ୍ୱାସଙ୍କ କହିବା କଥା ହେଲା, ଆଜି ସକାଳ ପର୍ୟ୍ୟନ୍ତ ଥଣ୍ଡା ଅଧିକ ରହିବ । ମାତ୍ର ଗୁରୁବାର ରାତିରୁ କ୍ରମଶଃ ଥଣ୍ଡା କମିବ । ୬ ତାରିଖ ବେଳକୁ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କାଁ ଭାଁ ବର୍ଷା ହୋଇପାରେ । ବର୍ଷା ନେଇ ୫୦% ସମ୍ଭାବନା ଅଛି । ପରେ ୮ରୁ ପୁଣି ପାଗ ବଦଳିବ । ଶୀତ ପ୍ରକୋପ ବଢ଼ିବ । ଏବେ ଯେତିକି ତାପମାତ୍ରା ବଢ଼ିବ, ସେତେବେଳକୁ ପ୍ରାୟ ସେତିକି ଖସିପାରେ । ପାଣିପାଗ ବିଭାଗ କହିଛି, ଗୁରୁବାର ରାତିରୁ କୁହୁଡ଼ି ବଢ଼ିବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳରେ କୁହୁଡ଼ି ହୋଇପାରେ ।