ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି
ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳସଚିବ ଗିରିଶ ଚନ୍ଦ୍ର ସିଂଙ୍କୁୁ ଉତ୍ତରାଞ୍ଚଳ ଆରଡିସିଙ୍କ ଅତିରିକ୍ତ ସଚିବ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅତିରିକ୍ତ ସଚିବ, ଖୋର୍ଦ୍ଧାର ପୂର୍ବତନ ବିଡିଓ ପ୍ରଶାନ୍ତ କୁମାର ନାୟକଙ୍କୁ କଟକ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ (ପ୍ରଶାସନ), ଟାଙ୍ଗୀର ପୂର୍ବତନ ବିଡିଓ ଅକ୍ଷୟ କୁମାର ରାଉତଙ୍କୁ ନୟାଗଡ ଡିଆରଟିଏର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ (ପ୍ରଶାସନ) ରବି ନାରାୟଣ ତି୍ରପାଠୀଙ୍କୁ ଢେ଼ଙ୍କାନାଳ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ (ପ୍ରଶାସନ) ଏବଂ ଯାଜପୁର ଦର୍ପଣର ପୂର୍ବତନ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତିଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବଦଳି ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି ।