ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର ଗିରଫ, ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରି ଦେଉଥିଲେ ଧୋକା
ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର ଗିରଫ, ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରି ଦେଉଥିଲେ ଧୋକା
ଭୁବନେଶ୍ୱର: ଆପଣମାନେ ସିରିଜ ଦୁର୍ଘଟଣା ବିଷୟରେ ଶୁଣିଥିବେ । ତେବେ ସିରିଜ ବିବାହ କଥା କେବେ ଶୁଣିନଥିବେ । ଯେତେବେଳେ ଗୋଟିଏ ପଟେ ଗାଡ଼ି ପଛକୁ ପଛ ପିଟାପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତି ଆମେ ସେତେବେଳେ ତାହାକୁ ସିରିଜ ଦୁର୍ଘଟଣା କହିଥାଉ । ଠିକ ସେମିତି ଜଣେ ବିଲଡର ପଛକୁ ପଛ ଦୁଇରୁ ଅଧିକ ଯୁବତୀଙ୍କୁ ସିରିଜ ବିବାହ କରି ଶେଷରେ ବନ୍ଧା ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ପ୍ରିୟବ୍ରତ ମିଶ୍ର । ନିଜକୁ ଜଣେ ବିଲଡର କହି ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ । ଗୋଟିଏ ପରେ ଗୋଟିଏ ବିବାହ କରିବା ତାଙ୍କ ନିଶା ଓ ପେଶା ଥିଲା । ବିବାହ ପରେ ସେମାନଙ୍କ ଠୁ ଯୌତୁକ ଆକାରରେ ମୋଟ ଅଙ୍କର ଟଙ୍କା ଆଣୁଥିଲେ ।
ଜଣକ ଠାରେ ମନ ପୂରି ଗଲା ପରେ ପୁଣି ଆଉ ଜଣେ ଯୁବତୀଙ୍କୁ ଫାଶରେ ପକାଇ ବିବାହ କରୁଥିଲେ । ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରି ସେ ଧୋକା ଦେଉଥିଲେ । ତେବେ ଏନେଇ ୨ ଜଣ ଯୁବତୀ ଅଭିଯୋଗ କଲାପରେ ଶେଷରେ ରସିକିଆ ବିଲଡରକୁ ପୁଲିସ ବାନ୍ଧିଛି ।
ସବୁଠାରୁ ବଡ଼ କଥା ହେଉଛି ବିଲଡରଙ୍କ ଏହି କାରନାମା ପଛରେ ତାଙ୍କର ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି । କ୍ୟାପିଟାଲ ଓ ମହିଳା ଥାନାରେ ସମ୍ପୃକ୍ତ ବିଲଡର ନାମରେ ଏକାଧିକ ମାମଲ ରହିଥିବା ଅଭିଯୋଗ ହୋଇଛି ।




admin 