ରୁପା ନିର୍ମିତ ମାଛ ଘରେ ରଖିବା ହୋଇଥାଏ ଶୁଭ
ଭୁବନେଶ୍ବର: ମାନ୍ୟତା ଅନୁସାରେ ରୁପା ସବୁଠାରୁ ଶୁଦ୍ଧ ଓ ଶୀତଳ ଧାତୁ ହୋଇଥାଏ। ସେହି ଧାତୁକୁ ବ୍ୟବହାର କରି ଶୁଭ ତଥା ମଙ୍ଗଳମୟ ପ୍ରତିମା, ଯେପରି ମୟୁର , ଗାଈ, ହାତୀ , ସିଂହ ଓ ମାଛ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା ରୂପାରେ ତିଆରି ମାଛକୁ ରଖିବାର ମହତ୍ବ ଏବଂ ଏହାକୁ ଘରେ ରଖିବା ଦ୍ବାରା କ’ଣ ଲାଭ ମିଳିଥାଏ ।
ଅଧିକାଂଶ ଲୋକେ ରୁପାରେ ତିଆରି ହୋଇଥିବା ମାଛକୁ ପୂଜାସ୍ଥଳରେ ରଖିଥାନ୍ତି। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସଂଚାର ହୁଏ। ରୁପାର ମାଛ ଘରେ ରଖିବା ଦ୍ବାରା ସବୁ କ୍ଷେତ୍ରରୁ ଶୁଭ ଓ ମଙ୍ଗଳମୟ ଖବର ପ୍ରାପ୍ତି ହୋଇଥାଏ।
ରୁପାର ମାଛକୁ ସକାଳୁ ଉଠି ପ୍ରଥମେ ଦର୍ଶନ କରିବା ଫଳରେ ଦିନଟି ଶୁଭ ହେବା ସହ ମନରେ ପ୍ରସ୍ନନତା ଭରି ରହିଥାଏ। ବେପାରରେ ଉନ୍ନତି ପାଇଁ ଦୋକାନ ଖୋଲିବା ପରେ ସର୍ବ ପ୍ରଥମେ ରୁପା ମାଛକୁ ଦର୍ଶନ କରନ୍ତୁ। କ୍ୟାରିୟରରେ ଉନ୍ନତି ପାଇଁ ମଧ୍ୟ ପଢ଼ାଘରେ ରୂପା ମୂର୍ତ୍ତିକୁ ସଜାଇ ରଖିପାରିବେ।
ଜୀବନରେ ଉନ୍ନତି ପାଇଁ ଉପହାରରେ ମଧ୍ୟ ରୁପା ମୂର୍ତ୍ତି ଦିଆଯିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଘରେ ରୁପା ମାଛ ରଖିବା ଦ୍ବାରା ପରିବାରର ସମସ୍ତ ସଦସ୍ୟ ଆରୋଗ୍ୟ ରହିଥାନ୍ତି। ପର୍ସରେ ଏକ ଛୋଟ ରୂପା ମାଛ ରଖିବା ଦ୍ବାରା ଆର୍ଥିକ ଉନ୍ନତି ପରିଲକ୍ଷିତ ହୋଇଥାଏ।




user1 