ମୋମୋ ଖାଇଲାବେଳେ ଏହିସବୁ ଉପରେ ଧ୍ୟାନ ରଖନ୍ତୁ, ନଚେତ୍‌ ଜୀବନ ଉପରେ ବିପଦ

ମୋମୋ ଖାଇଲାବେଳେ ଏହିସବୁ ଉପରେ ଧ୍ୟାନ ରଖନ୍ତୁ, ନଚେତ୍‌ ଜୀବନ ଉପରେ ବିପଦ

ମୋମୋ ଖାଇଲାବେଳେ ଏହିସବୁ ଉପରେ ଧ୍ୟାନ ରଖନ୍ତୁ, ନଚେତ୍‌ ଜୀବନ ଉପରେ ବିପଦ


ଭୁବନେଶ୍ୱର: ମୋମୋ ଖାଇବା ବେଳେ ସାବଧାନ ହୁଅନ୍ତୁ । ନଚେତ୍ ଆପଣଙ୍କ ଜୀବନ ଉପରେ ବିପଦ ରହିଛି । ମୋମୋ ଖାଇ ଦିଲ୍ଲୀରେ ଜଣେ ଲୋକଙ୍କ ମୃତ୍ୟୁ ହେବା ପରେ ଭୁବନେଶ୍ୱର ଏମ୍ସ ଡାକ୍ତର ଏପରି ପରାମର୍ଶ ଦେଇଛନ୍ତି । ଏମ୍ସ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ଖାଇବା ବେଳେ ସିଧାସଳଖ ଗିଳିଲେ ଖାଦ୍ୟ ଶ୍ୱସନଳୀରେ ପ୍ରବେଶ କରେ । ତେଣୁ ପ୍ରଥମେ ଖାଦ୍ୟକୁ ଚୋବାଇବେ । ଏହାଦ୍ୱାରା ଖାଦ୍ୟ ଗୁଣ୍ଡ ହୋଇ ଖାଦ୍ୟନଳୀକୁ ଚାଲିଯାଇଥାଏ ।

ଏହା ବ୍ୟତୀତ  କେବେହେଲେ ଅନ୍ୟମନସ୍କ ହୋଇ ଖାଇବେ ନାହିଁ । ଖାଇବା ବେଳେ କଥା ହେଲେ ଖାଦ୍ୟନଳୀ ବନ୍ଦ ହୋଇ ଶ୍ୱାସନଳୀ ଖୋଲା ରହିଥାଏ । ଏହି ସମୟରେ ତଣ୍ଟିରେ କିଛି ଲାଗିଲେ ପିଠି ଥାପୁଡାଇବେ ।  । ଯଦି ଏଥିରେ ଭଲ ନହେଲା ତେବେ ପଛପଟୁ ଦୁଇ ହାତରେ ପଞ୍ଜରା ତଳୁ ଜାବୁଡି ଧରିବେ । ଯାହାକୁ ଲେମିକ୍ ପ୍ରୋସିକ୍ୟୁର ବୋଲି କୁହାଯାଏ ।

 ଦିଲ୍ଲୀରେ ୫୦ ବର୍ଷ ବୟସ୍ମ ବ୍ୟକ୍ତି ଜଣକ ମୋମୋକୁ ସିଧାସଳଖ ଗିଳିଦେଇଥିଲେ । ଫଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।