ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର , ଅକାଳରେ ଲିଭିଗଲା ଜୀବନ ଦୀପ

ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର , ଅକାଳରେ ଲିଭିଗଲା ଜୀବନ ଦୀପ

ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର , ଅକାଳରେ ଲିଭିଗଲା ଜୀବନ ଦୀପ
ଟାଙ୍ଗୀ : ରାସ୍ତାରେ ଯାଉଥିବା ବେଳେ ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅକାଳରେ ଲିଭିଗଲା ଜୀବନ ଦୀପ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମରେ। ଚିଲିକା ବ୍ଲକ ଅଧିନସ୍ଥ ସୋରଣ ଗ୍ରାମର ସମୀର ରଣସିଂ (୫୦) ଗତକାଲି ବିଳମ୍ବିତ ରାତିରେ ଘରକୁ ସାଇକେଲ ଯୋଗେ ଗାଁ ରାସ୍ତା ଦେଇ ଫେରୁଥିଲେ। ରାତ୍ର ୧୦ ଘଟିକା ସମୟରେ ସମୀର ରଣସିଂଙ୍କ ମୁଣ୍ଡ ଉପରେ ହଠାତ୍ ୧୧ କେଭି ବିଦ୍ୟୁତ୍ ତାର ମୁଣ୍ଡ ଉପରେ ଖସିପଡିଥିଲା। ଏହି ତାର ତାଙ୍କ ଦେହରେ ଗୁଡାଇ ହୋଇଯାଇଥିଲା। ଫଳରେ ବିଦ୍ୟୁତ୍ ଆଘାତ ଲାଗି ସମୀର ରଣସିଂଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ଗ୍ରାମର କିଛି ଯୁବକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।