ମୁଖ୍ୟମନ୍ତ୍ରୀ ଚପାଇଛନ୍ତି ୬ଟି ଆରଡିସି ତଦନ୍ତ ରିପୋର୍ଟ: କଂଗ୍ରେସ

ମୁଖ୍ୟମନ୍ତ୍ରୀ ଚପାଇଛନ୍ତି ୬ଟି ଆରଡିସି ତଦନ୍ତ ରିପୋର୍ଟ: କଂଗ୍ରେସ

ମୁଖ୍ୟମନ୍ତ୍ରୀ ଚପାଇଛନ୍ତି ୬ଟି ଆରଡିସି ତଦନ୍ତ ରିପୋର୍ଟ: କଂଗ୍ରେସ
ଭୁବନେଶ୍ୱର : ୨୦୧୪ ମସିହା ପରଠୁ ଆରଡିସି ତଦନ୍ତ ହୋଇଥିବା ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ରାଜ୍ୟ ସରକାର ଜାଣିଶୁଣି ଚପାଇ ରଖିଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏଗୁଡ଼ିକ ଚାପି ଦିଆଯାଇଥିବା ଏହି ଆରଡିସି ତଦନ୍ତ ରିପୋର୍ଟକୁ ତୁରନ୍ତ ସାଧାରଣ ନିର୍ବାଚନ ପୂର୍ବରୁ ସାର୍ବଜନୀନ କରିବା ପାଇଁ କଂଗ୍ରେସ ଦାବି କରିଛି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଓ ଅନ୍ୟ ମୁଖପାତ୍ରମାନେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହ ଏସବୁ ସମ୍ବେଦନଶୀଳ ଘଟଣାର ଆରଡିସି ତଦନ୍ତ ରିପୋର୍ଟକୁ ଓ ଏହାର ଆକ୍ସନ ଟେକେନ୍ ରିପୋର୍ଟକୁ ଲୋକଲୋଚନକୁ କାହିଁକି ଅଣାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି।