ମାର୍ଚ୍ଚ ୧୯ରୁ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ମାଟ୍ରିକ୍ ଖାତା ଦେଖା

ମାର୍ଚ୍ଚ ୧୯ରୁ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ମାଟ୍ରିକ୍ ଖାତା ଦେଖା

ମାର୍ଚ୍ଚ ୧୯ରୁ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ମାଟ୍ରିକ୍ ଖାତା ଦେଖା
କରୋନା ଭୂତାଣୁ ପ୍ରବାହରେ ସାରା ବିଶ୍ୱ ଏବେ ଭୟଭୀତ ହୋଯାଇଛି । ତେବେ ଏହାକୁ ଆମ ରାଜ୍ୟ ସରକାର ମୁକାବିଲା କରିବା ପାଇଁ ବହୁ ପଦକ୍ଷେପ ମାନ ନେଇଛନ୍ତି । ଏବଂ ଭୟଭୀତ ନହୋଇ ସତର୍କ ରହିବା ପାଇଁ ଅନୁରୋଧ କରିଛନ୍ତି । ଏହା ସହିତ ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କରୋନା ନେଇ ସତର୍କତା ଅବଲମ୍ବନ କରାଯାଇଛି। ଏଥର ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସବୁ ଡିଇଓ, ବିଇଓ ଓ ଚିଫ୍ ଏକ଼ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ଯାଏଁ ୩ଟି ପର‌୍ୟ୍ୟାୟରେ ଖାତା ଦେଖା ହେବ। ସାନିଟାଇଜର ବ୍ୟବହାର ସହ ମୂଲ୍ୟାୟନକାରୀ ସ୍ୱାସ୍ଥ୍ୟ ବିଭାଗ ଗାଇଡ ଲାଇନ୍ ମୁତାବକ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବେ। ମାର୍ଚ୍ଚ ୧୯ରୁ ଏପ୍ରିଲ୍ ୧୦ତାରିଖ ପର୍ଯ୍ୟନ୍ତ ଖାତା ଦେଖାଚାଲିବ। ସମଗ୍ର ରାଜ୍ୟରେ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।