ମାଧୁରୀଙ୍କୁ ଏମିତି କହିଲେ ବିକି କୌଶଲ
ମାଧୁରୀଙ୍କୁ ଏମିତି କହିଲେ ବିକି କୌଶଲ
ନବେଦଶକର ହିଟ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହ କିଛି ସମୟ କଥା ହେବାକୁ ସୁଯୋଗ ମିଳିଲେ କିଏ ବା କାହିଁକି ହାତଛଡ଼ା କରିବ । ମାଧୁରୀ ଏବେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ବିଚାରକ ଭାବେ ଦାୟିତ୍ୱ ନେଇଛନ୍ତି । ସେହି ମଞ୍ଚକୁ ବିକି କୌଶଲ କିଛିଦିନ ତଳେ ନିମନ୍ତ୍ରିତ ହୋଇଆସିଥିଲେ । ଧକ୍ ଧକ୍ କୁଇନ ବଲିଉଡ଼ର ସୁନ୍ଦରୀ ନାୟିକା ମାଧୁରୀଙ୍କୁ ସାମ୍ନାରେ ଦେଖି ବିକିଙ୍କ ଖୁସି କହିଲେ ନସରେ । ବିକି ଆଜିର ଆଗଧାଡ଼ିର ଅଭିନେତା, ହେଲେ ମାଧୁରୀଙ୍କ ସହ ସେ କୌଣସି ଚଳଚ୍ଚିତ୍ର କିମ୍ବା ବିଜ୍ଞାପନରେ କାମ କରିବାର ସୁଯୋଗ ପାଇନାହାନ୍ତି । ପ୍ରଥମଥର ଦୁହିଁଙ୍କ ସାମ୍ନାସାମ୍ନି ହେବାକୁ ବିକି ଅନୁରୋଧ କରିଥିଲେ, ଆପଣ ମୋ ସହ ଗୋଟିଏ ଗୋଟିଏ ମିନିଟ ନୃତ୍ୟ କରିବେ କି... । ମାଧୁରୀ ମଧ୍ୟ କଥା ନଏଡ଼ାଇ ପ୍ରାୟ ୧୦ ମିନିଟ ବିକିଙ୍କ ସହ ନୃତ୍ୟ କରିଥିଲେ ।




admin 