ଭୋପାଳର ସାମ୍ବାଦିକଙ୍କୁ କରୋନା

ଭୋପାଳର ସାମ୍ବାଦିକଙ୍କୁ କରୋନା

ଭୋପାଳର ସାମ୍ବାଦିକଙ୍କୁ କରୋନା
ମଧ୍ୟପ୍ରଦେଶର ଭୋପାଳରେ କାର୍ଯ୍ୟରତ ଜଣେ ସାମ୍ବାଦିକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସାମ୍ବାଦିକ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ୫ ଦିନ ପରେ ତାଙ୍କର କୋଭିଡ-୧୯ ପରୀକ୍ଷା ଭୋପାଳ ଏମସରେ କରାଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଭୋପାଳର ପ୍ରଫେସର କଲୋନିରେ ଏହି ସମ୍ବାଦିକଙ୍କ ଘର ବୋଲି ଜଣାପଡ଼ିଛି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ପରିବାର ସଦସ୍ୟଙ୍କୁ କ୍ୱାରାଣ୍ଟିନରେ ରଖାଯାଇଛି । ସୂଚନା ଯୋଗ୍ୟ, ଆଜି ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ମୋଟ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।