ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୫ ଶ୍ରମିକଙ୍କ ମୃତ୍ୟୁ
ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୫ ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ୱର: ଏକ କୋଇଲା ବୋଝେଇ ଟ୍ରକ ଆଜି ଝାରସୁଗୁଡ଼ା-ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେର ନିଖିଳ ଢ଼ାବା ଛକ ନିକଟରେ ଜେଏସଡବ୍ଲ୍ୟୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ବସ୍ ଉପରେ ମାଡ଼ି ଯିବାରୁ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୮ଜଣ ଆହତ ହୋଇଥିବାବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଜେଏସଡବ୍ଲ୍ୟୁ ଭୂଷଣ କମ୍ପାନୀର ଏକ ବସରେ ଶ୍ରମିକମାନେ ଆସୁଥିବାବେଳେ ଝାରସୁଗୁଡ଼ାର ନିଖିଳ ଢ଼ାବା ନିକଟରେ ଏକ କୋଇଲା ବୋଝେଇ ହାଇୱା ଉକ୍ତ ବସକୁ ପଛପଟୁ ଜୋରସୋରରେ ଧକ୍କା ଦେଇଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେମାନେ ହେଲେ ପଙ୍କଜ ଝା(୪୦), ବିଜ୍ରପାଲ ସିଂ(୩୫), ରାଜେନ୍ଦ୍ର ତିୱାରୀ, ଶେର ବାହାଦୂର ଓ ବିକାଶ କୁମାର । ଗୁରୁତର ଅବସ୍ଥାରେ ଥିବା ଅନ୍ୟ ୮ଜଣଙ୍କୁ ବୁର୍ଲାସ୍ଥିତ ଭୀମସାର ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସାମାନ୍ୟ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହସ୍ପିଟାଲ କରାଯାଉଥିବା ଜଣାପଡ଼ିଛି।




admin 