ଭାଇକୁ ହାଣିଲା ଭାଇ
ଭାଇକୁ ହାଣିଲା ଭାଇ
ପାତ୍ରପୁର: ବଡଭାଇର କଟୁରୀ ଚୋଟରେ ମଝିଆ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅତି ନୃଶଂସ ଭବେ କଟୁରୀରେ ହାଣି ହାଣି ଭାଇକୁ ହତ୍ୟା କରିଛି ଭାଇ । ଏପରି ଏକ ଅଭାବନୀୟ ଘଟଣା ଜରଡା ଥାନା ତୁମ୍ବା ପଞ୍ଚାୟତ ଗୁଜୁଲିଙ୍ଗି ଆଦିବାସୀ ଗ୍ରାମରେ ଘଟିଛି । ହତ୍ୟାର ଶିକାର ହୋଇ ଥିବା ବ୍ୟକ୍ତି ଜଣକ କାର୍ତ୍ତିକ କାର୍ଜି (୩୫)ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ତାଙ୍କ ଭାଣିଜୀ ଜ୍ୱାଇଁ ପିଙ୍କୁ ନାୟକ ଏନେଇ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତ ଜଣକ ଗତ ତିନି ଚାରି ଦିନ ଧରି ଏକ କଟୁରୀ ଧରି ବୁଲିବା ସହ ଭାଇକୁ ହତ୍ୟା କରିବାପାଇଁ ଧମକ ଦେଉଥିଲା । ଗତକାଲି ମଝିଆ ଭାଇ ଜଣକ ଶୋଇଥିବା ବେଳେ କଟୁରୀ ସାହାଯ୍ୟରେ ଅତି ଜଘନ୍ୟ ଭବେ ବାରମ୍ବାର ଆକ୍ରମଣ କରିଥିଲା ବଡ଼ଭାଇ । ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବ ପୂର୍ବରୁ ଉଭୟଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଭାଇ ଅଲଗା ରହି ଆସୁଥିଲେ । ଗତ କିଛିବର୍ଷ ହେଲା ବଡ ଭାଇଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ଗ୍ରାମର ଲୋକମାନେ କହିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରବ ବୋଲି ସୂଚନା ଦେଇଛି।




admin 