ବେରୁଟ୍ରେ ଭୟଙ୍କର ବିସ୍ଫୋରଣ : ୭୮ ମୃତ, ଚାରି ହଜାରରୁ ଅଧିକ ଆହତ
ବେରୁଟ୍ରେ ଭୟଙ୍କର ବିସ୍ଫୋରଣ : ୭୮ ମୃତ, ଚାରି ହଜାରରୁ ଅଧିକ ଆହତ
admin
Aug 5, 2020 - 05:23
Updated: Aug 5, 2020 - 05:23
ବେରୁଟ୍ : ଲେବାନନର ରାଜଧାନୀ ବେରୁଟ୍ରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୭୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦୦୦ରୁ ଅଧିକ ଆହତ ହୋଇଥିବାର ସୂଚନା ରହିଛି । ତେବେ ଅନେକ ନିଖୋଜ ରହିଥିବାବେଳ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି ।
ଗତକାଲି ସନ୍ଧ୍ୟାରେ ବେରୁଟ୍ ବନ୍ଦରର ଓ୍ବେୟାର ହାଉସ୍ରେ ୨,୭୫୦ ଟନ୍ ଓଜନର ଆମୋନିୟମ୍ ନାଇଟ୍ରେଟ୍ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ବନ୍ଦରଟି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିବାବେଳେ ଘରଦ୍ବାର, ଗାଡି ମୋଟର, ରାସ୍ତାଘାଟ ଆଦି ନଷ୍ଟ ହୋଇଛି । ବିସ୍ଫୋରଣଠାରୁ ଦୂରରେ ଥିବା କିଛି ଘରର ସିଲିଂ ଝରକା, କବାଟ ଆଦି ନଷ୍ଟ ହୋଇଛି । ଅତ୍ୟଧିକ ଚାପ ଓ ଉତ୍ତାପ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବାର ସୂଚନା ରହିଛି । ଏହି ବିସ୍ଫୋରଣରେ ଲେବାନନ୍ର ଗହମ ଷ୍ଟୋର ହାଉସ୍ ପୂରା ଧ୍ବଂସ ହୋଇଯାଇଛି । ଭାରତୀୟ ଦୂତାବାସ ତରଫରୁ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ୍ ନମ୍ବର ହେଉଛି - ୦୧୭୪୧୨୭୦, ୦୧୭୩୫୯୨୨, ୦୧୭୩୮୪୧୮ । ସେଠାରେ ଅବସ୍ଥାପିତ ଭାରତୀୟଙ୍କ ସାହାଯ୍ୟ ପାଇଁ ଦୂତାବାସ ଏହି ହେଲ୍ପଲାଇନ୍ ନମ୍ବର ଜାରି କରିଛି ।