ବିଳମ୍ବିତ ରାତିରେ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍‌ସର

ବିଳମ୍ବିତ ରାତିରେ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍‌ସର

ବିଳମ୍ବିତ ରାତିରେ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍‌ସର

ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏ ।  ତେବେ ଏହି ଅଭ୍ୟାସ ଆଗକୁ ବିପଦ ସାଜିପାରେ ।  ଲୋକେ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇପାରନ୍ତି । ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ କ୍ୟାନସରର ରିପୋର୍ଟ ମୁତାବକ ରାତ୍ରି ଭୋଜନ ଡେରିରେ କଲେ କ୍ୟାନସର ହୋଇପାରେ ।


ରିସର୍ଚ୍ଚ ମୁତାବକ ବିଳମ୍ବିତ ରାତିରେ ଭୋଜନ କରୁଥିବା ଲୋକଙ୍କୁ ବ୍ରେଷ୍ଟ ଏବଂ ପ୍ରୋଷ୍ଟେଟ କ୍ୟାନ୍‌ସର୍‌ ଅଧିକ ବିପଦ ରହିଛି । ନିକଟରେ ଲୋକଙ୍କ ଖାଦ୍ୟ-ପେୟ ସହ ଜଡିତ ଅଭ୍ୟାସକୁ ନେଇ ଏକ ଗବେଷଣା କରାଯାଇଥିଲା ।  ଏହି ଅଧ୍ୟନରେ ୮୭୨ ପୁରୁଷ ଏବଂ ୧୩୨୧ ମହିଳା ସାମିଲ ହୋଇଥିଲେ ।  ଏଥିରୁ  ଗବେଷକମାନେ ପ୍ରୋଷ୍ଟେଟ କ୍ୟାନସରର ୬୨୧ଟି ମାମଲା ଏବଂ ସ୍ତନ କର୍କଟ ରୋଗର ୧୨୦୫ଟି ମାମଲା ଦେଖିଥିଲେ ।

ଏହି ପରୀକ୍ଷାରେ ସାମିଲ ହୋଇଥିବା ଲୋକଙ୍କୁ ସେମାନଙ୍କ ଖାଦ୍ୟ ଖାଇବା ଏବଂ ଶୋଇବା ସମୟ ପଚରାଯାଇଥିଲା । ପରେ, ଏହି ଲୋକମାନଙ୍କର ଶୋଇବା ଏବଂ ଖାଇବା ଅଭ୍ୟାସକୁ ସାଧାରଣ ଲୋକଙ୍କ ଅଭ୍ୟାସ ସହ ତୁଳନା କରାଯାଇଥିଲା । ପରୀକ୍ଷାରୁ ଜଣାପଡିଥିଲା ଯେ, ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇପଡୁଥିବା ଲୋକଙ୍କୁ କ୍ୟାନସର ବିପଦ ଅଧିକ ରହିଥାଏ । ସେହିପରି ରାତିରେ ଖାଇବା ପରେ ଅତି କମ୍‌ରେ ୨ ଘଣ୍ଟା ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନଶୋଇବା ଲୋକଙ୍କ ମଧ୍ୟରେ କ୍ୟାନସରର ବିପପଦ ୨୦ ପ୍ରତିଶତ କମ ଦେଖାଦେଇଥାଏ ।


ସେହିପରି ରିସର୍ଚ୍ଚ କହୁଛି ଯେ, ରାତିରେ ୯ଟା ପୂର୍ବରୁ ଭୋଜନ କରୁଥିବା ଲୋକଙ୍କ ମଧ୍ୟରେ କ୍ୟାନ୍‌ସର ବିପଦ ଖୁବ କମ୍‌ ରହିଛି । ରାତି ୧୦ଟା ପରେ ଡିନର କରୁଥିବା ଲୋକଙ୍କ ମଧ୍ୟରେ ୯ଟାରେ ଭୋଜନ କରୁଥିବା ଲୋକଙ୍କ ତୁଳନାରେ କ୍ୟାନସର ରୋଗର ବିପଦ ଅଧିକ ଥାଏ । କେବଳ ସେତିକି ନୁହେଁ ପ୍ରତିଦିନ ଆପଣ ଖାଉଛନ୍ତି ଏବଂ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି, ଏହାଦ୍ବାରା କ୍ୟାନସର ବିପଦ ରହିଛି ନା ନାହିଁ ସେ ନେଇ ମଧ୍ୟ ପରୀକ୍ଷା କରାଯାଇଛି ।

ଏଥିରୁ ଜଣାପଡିଛି ଯେ, ଖାଦ୍ୟ ଖାଇବା ଅଭ୍ୟାସ ବଦଳାଇଲେ କ୍ୟାନସର ରୋଗର ପ୍ରଭାବ ମଧ୍ୟ ଆମ ଶରୀର ଉପରେ କମ ଅଧିକା ରହିଥାଏ ।  ମେଡିକାଲ ନ୍ୟୁଜ ଟୁଡେ ରିପୋର୍ଟ ଅନୁଯାୟୀ, ଆପଣ ନିଜ ଡାଏଟରେ କେଉଁ ଖାଦ୍ୟ ଖାଉଛନ୍ତି, ଯେଉଁଥିପାଇଁ କ୍ୟାନସର ହେଉଛି ତାହା କହିବା ମୁସକିଲ, କିନ୍ତୁ ଡାକ୍ତରମାନେ ଅଧିକ ତେଲ ଯୁକ୍ତ ଖାଦ୍ୟକୁ ଦାୟୀ କରୁଛନ୍ତି । ମିଠା ପାନୀୟ, କୋଲ୍ଡ ଡ୍ରିଙ୍କ୍ସ, ଲାଲ ମାଂସ, ଆଲକହ, ଧୂମପାନ, ରିଫାଇନରୀ ତେଲ ଅଲ୍ଟ୍ରା ପ୍ରୋସେସଡ ଫୁଡ ଏବଂ ହାଇ ପ୍ରୋଟିନ ଡାଏଟ ଯୋଗୁଁ ମଧ୍ୟ କ୍ୟାନସର ରୋଗ ସୃଷ୍ଟି ହୋଇପାରେ । ଶରୀରରେ ଚର୍ବି ଅଂଶ ଅତ୍ୟଧିକ ମାତ୍ରାରେ ବଢ଼ିବା ଦ୍ବାରା କ୍ୟାନସର ବିପଦ ଉତ୍ପନ୍ନ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେଣୁ ଏସବୁ ଦିଗ ଉପରେ ଧ୍ୟାନ ରଖିଲେ କ୍ୟାନସର ଭଳି ମାରାତ୍ମକ ରୋଗର ବିପଦକୁ ଟାଳି ହେବ ବୋଲି ଏହି ଅଧ୍ୟୟନର ପ୍ରମୁଖ ଡାକ୍ତର ମନୋଲିସ କୋଜିଭିନାସ କହିଛନ୍ତ ।