ବିଜେଡି ବିଜେପିକୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ

ବିଜେଡି ବିଜେପିକୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ

ବିଜେଡି ବିଜେପିକୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ
ଭୁବନେଶ୍ୱର - ବିଜୁ ଜନତା ଦଳ ବା ବିଜେଡି ଓ ଭାରତୀୟ ଜନତା ପାର୍ଟି ବା ବିଜେପି ଗୋଟିଏ ଦଳ । କେବଳ ସେମାନଙ୍କ ନାମ ଅଲଗା । ଏଭଳି କହିଛନ୍ତି କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ । ସମ୍ବଲପୁରରେ କଂଗ୍ରେସର ୫ଟି ଜିଲ୍ଲା ସଂଗଠନର ବୈଠକ ପରେ ଶ୍ରୀ ସିଂହ ଏହା କହିଛନ୍ତି । ସେ କହିଛନ୍ତି ଯେ, ନାଗରିତା ସଂଶୋଧନ ଆଇନ ଓ ଏନଆରସି ନେଇ ବିଜେଡି ଦୁଇ ପ୍ରକାର କଥା କହୁଛି । ତେବେ ବିଜେଡିକୁ ନିଜର ଅଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ । ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିଜେଡିର ମୁଖା ଖୋଲିଦେବ ବୋଲି ଶ୍ରର ସିଂହ କହିଛନ୍ତି । ସେହିପରି କଂଗ୍ରେସର ସମନ୍ୱୟ ଅଭାବ ନେଇ ଉଠିଥିବା ବିବାଦ ଉପରେ ନିଜ ମତ ରଖି ଶ୍ରୀ ସିଂହ କହିଛନ୍ତି ଯେ, କଂଗ୍ରେସର ସବୁ ସଂଗଠନ ମଧ୍ୟରେ ସମନ୍ୱୟ ରହିଛି । ଯୁବ କଂଗ୍ରେସ ଦଳର ଏକ ଅଗ୍ରଣୀ ସଂଗଠନ । ପିସିସି ଓ ଏଆଇସିସି ଯୁବ କଂଗ୍ରେସକୁ କେବଳ ପରାମର୍ଶ ଦେବ । ଯୁବ କଂଗ୍ରେସର ଯାହା କିଛି ନିଯୁକ୍ତି ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ କରନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ସୋମବାର ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ୪ ଜଣିଆ କମିଟି ଗଠନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ । ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପିସିସିକୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଥିଲେ । ସଭାପତି ଚୟନ କରିବା ଭାରତୀୟ ଯୁବ କଂଗ୍ରେସର ଦାୟିତ୍ୱ ବୋଲି ସେ କହିଥିଲେ ।