ବର୍ଷା ଆସୁଛି, ସତର୍କ ରୁହନ୍ତୁ

ବର୍ଷା ଆସୁଛି, ସତର୍କ ରୁହନ୍ତୁ

ବର୍ଷା ଆସୁଛି, ସତର୍କ ରୁହନ୍ତୁ
ଭୁବନେଶ୍ୱର – ଓଡିଶାରେ ଘନକୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ଆଗକୁ ବର୍ଷାର ସମ୍ଭାବନା ରହିଥିବାର ପାଣିପାଗ ତରଫରୁ ସୁଚନା ମିଳିଛି । ଏହିଭଳି ଭାବରେ କୁହୁଡି ଆହୁରୀ ୭ଦିନ ଜାରି ରହିବ । ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ସୁଧାକର ବାରିକଙ୍କ ସୂଚନା ଅନୁଯାୟୀ, ୨୨ ଓ ୨୩ ତାରିଖରେ ୫ଟି ଜିଲ୍ଲାରେ ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼। ଏସବୁ ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ସେହିପରି କୁହୁଡ଼ି ବାବଦରେ ସୂଚନା ଦେଇ ଶ୍ରୀ ବାରିକ କହିଛନ୍ତି, “ଆଜି ଚାନ୍ଦବାଲି, ପାରାଦୀପ, ଗୋପାଳପୁର, ଭବାନୀପାଟଣା, ମାଲକାନଗିରି ଓ ଦାରିଙ୍ଗବାଡ଼ିରେ କୁହୁଡ଼ି ଦେଖିବାକୁ ମିଳିଛି। ହେଲେ ପାରାଦୀପ, ଗୋପାଳପୁର ଓ ମାଲକାନଗିରିରେ ଘନ କୁହୁଡ଼ି ହୋଇଛି। ସାତ ଦିନ ଯାଏ ସାରା ରାଜ୍ୟରେ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ପାଇଁ ବଲାଙ୍ଗିର, କଳାହାଣ୍ଡି, ଅନୁଗୋଳ, ବୌଦ୍ଧ, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦେଖା ଯିବା ନେଇ ପୂର୍ବାନୁମାନ କରାଯାଇଛି। ଏଥିସହ ୨୧ ତାରିଖରେ ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, କୋରାପୁଟ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଯାଜପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ସୁନ୍ଦରଗଡ଼ରେ ପ୍ରବଳ ଘନ କୁହୁଡ଼ି ଦେଖାଯାଇପାରେ।”