ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ବର ପିତାଙ୍କ ସମେତ ୩ ମୃତ
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ବର ପିତାଙ୍କ ସମେତ ୩ ମୃତ
ମାଲକାନଗିରି:ମୃତ୍ୟୁ ଏମିତି ବି ଆସିପାରେ। ରଙ୍ଗବତୀ ଧୁନରେ ଚାଲିଥିଲା ବିବାହ ବରଯାତ୍ରୀଙ୍କ ଶୋଭାଯାତ୍ରା । ନାଚଗୀତରେ ସବୁ ଖୁସି ଥାନ୍ତି, ଅଚାନକ ମାଡ଼ିଆସିଲା ମୃତ୍ୟୁର ବାହକ ସାଜି ବେଲଗାମ ଟ୍ରକଟି। ବରଯାତ୍ରୀ ଶୋଭାଯାତ୍ରା ଉପରେ ମାଡ଼ିଗଲା ଏହି ଦ୍ରୁତଗାମୀ ଟ୍ରକ୍। ଘଟଣାସ୍ଥଳରେ ବର ପିତାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହେଲା। ଆଉ ୩ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି।
ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡ଼ୁଙ୍କ ପୁଅର ବାହାଘର ପାଇଁ ବର ଯାତ୍ରୀମାନେ ୩୨୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଶୋଭାଯାତ୍ରାରେ ଯାଉଥିଲେ। ଠିକ୍ ଏତିକି ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁ ଓ ଆଉ ୨ ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହାଛଡ଼ା ଆଉ ୩ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାର ଏକ ଭିଡିଓ ପଦାକୁ ଆସିଛି, ଯାହାକୁ ଦେଖିଲେ ଦେହ ଥରି ଉଠୁଛି।




admin 