ଫେବୃଆରୀ ୨୮ରେ ମହାକାଶକୁ ଏହି ସବୁ ଜିନିଷ ପଠାଯିବ ଜାଣନ୍ତୁ

ଫେବୃଆରୀ ୨୮ରେ ମହାକାଶକୁ ଏହି ସବୁ ଜିନିଷ ପଠାଯିବ ଜାଣନ୍ତୁ

ଫେବୃଆରୀ ୨୮ରେ ମହାକାଶକୁ ଏହି ସବୁ ଜିନିଷ ପଠାଯିବ ଜାଣନ୍ତୁ
ନୂଆଦିଲ୍ଲୀ: ଶ୍ରୀମଦ ଭଗବଦ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ୨୫ ହଜାର ଲୋକଙ୍କ ନାମ ସହ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ)ର ଏକ ସାଟେଲାଇଟ ଆସନ୍ତା ଫେବୃଆରୀ ୨୮ରେ ମହାକାଶ ଯିବ । ଦେଶର ସ୍ପେଶ ମିଶନ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହେବାକୁ ଯାଉଛି । ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହି ନ୍ୟାନୋ ସାଟେଲାଇଟକୁ ନିର୍ମାଣ କରାଯାଇଛି । ଏହି ସାଟେଲାଇଟର ନାମ ସତୀଶ ଧବନ ରଖାଯାଇଛି । ଉକ୍ତ ତାରିଖରେ ଇସ୍ରୋ ଅନ୍ୟ ୨ଟି ଭାରତୀୟ ସାଟେଲାଇଟ ଏବଂ ଗୋଟିଏ ବ୍ରାଜିଲ ସାଟେଲାଇଟ ଲଂଚ କରିବାକୁ ମଧ୍ୟ ପ୍ରସ୍ତୁତ କରିଛି । ଚେନ୍ନାଇ ଠାରୁ ୧୦୦ କି.ମି ଦୂର ଶ୍ରୀହରିକୋଟାରେ ସକାଳ ୧୦.୨୪ରେ ଏହି ୪ଟି ସାଟେଲାଇଟକୁ ଲଂଚ କରାଯିବ ।