ଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ

ଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ

ଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ
ନୂଆଦିଲ୍ଲୀ: ଫାଇଜର ପ୍ରସ୍ତୁତ କରୋନା ଟିକାକୁ ବ୍ରିଟେନ ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ପ୍ରଥମ ୟୁରୋପୀୟ ଦେଶ ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ ଲାଇସେନ୍ସ ଦେଇଛି । ଲୋକଙ୍କୁ ଟିକାକରଣ ପାଇଁ ବ୍ରିଟେନ ୪୦ ନିୟୁତ ଡୋଜ କିଣିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ସରକାର । ଘରୋଇ ଲ୍ୟାବରେ ଆରଟିପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ । ଜିଏସଟି ସହ ଟେଷ୍ଟ ଫି’ ୪୦୦ ଟଙ୍କା ଧାର୍ୟ୍ୟ କରିଛନ୍ତି ରାଜ୍ୟ ସରକାର । ଫି’ ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆରଏମଆରସି ତତ୍ତ୍ୱାବଧାନରେ ଆରଟି-ପିସିଆର ଟେଷ୍ଟ ହେବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି । ତେବେ ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା ।