ପୁରୁଣା ଷ୍ଟେସନ ବଜାର ଦୁର୍ଗା ପୂଜା ମାଟି ଅନୁକୁଳ

ପୁରୁଣା ଷ୍ଟେସନ ବଜାର ଦୁର୍ଗା ପୂଜା ମାଟି ଅନୁକୁଳ

ପୁରୁଣା ଷ୍ଟେସନ ବଜାର ଦୁର୍ଗା ପୂଜା ମାଟି ଅନୁକୁଳ
ଭୁବନେଶ୍ୱର:ପୁରୁଣା ଷ୍ଟେସନ ବଜାର ଦୁର୍ଗା ପୂଜା ସମିତି ପକ୍ଷରୁ ଆଜି ମାଟି ଅନୁକୁଳ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା ଦୁର୍ଗାଙ୍କ ମାଟି ଅନୁକୂଳ ଅବସରରେ ଦୁର୍ଗା ପୂଜା କମିଟିର ସଭାପତି ଗଣେଶ ପ୍ରସାସ ସାହୁ, ସାଧାରଣ ସମ୍ପାଦକ ଦୀପକ ଜେନା, ସହସମ୍ପାଦକ ଅମରେଶ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ପ୍ରାୟ ୨୦୦ ରୁ ଅଧିକ କମିଟି ସଦସ୍ୟ ଯୋଗଦାନ କରିଥିଲେ ଏବଂ ଦୟା ନଦୀ କୂଳରେ ଅବସ୍ଥିତ ମହାଦେବଙ୍କ ମନ୍ଦିର ନିକଟରୁ ମାଟି ଅନୁକୁଳ ହୋଇଥିଲା । ଆସନ୍ତା ଦୁର୍ଗା ପୂଜାପାଇଁ ଆମ ପୁରୁଣା ଷ୍ଟେସନରେ ବଜାର ଦୁର୍ଗା ପୂଜା ସମିତିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଭିନ୍ନ ଭିନ୍ନ ଧରଣ ତୋରଣ ଓ ସାଜସଜ୍ଜା ଆକର୍ଶିତ କରିବ ଷ୍ଟେସନ ବଜାର ଦୁର୍ଗା ପୂଜା କମିଟି । ଚଳିତ ବର୍ଷ ମଧ୍ୟ ସୌନ୍ଦର୍ଯ୍ୟଭରା ତୋରଣ ସହିତ ଆଲୋକ ମାଳାରେ ସୁସର୍ଜିତ ହେବ ଦୁର୍ଗା ପୂଜା ମଣ୍ଡପ ।