ପଲସ ପୋଲିଓ କାର୍ଯ୍ଯକ୍ରମ ଶୁଭାରମ୍ଭ

ପଲସ ପୋଲିଓ କାର୍ଯ୍ଯକ୍ରମ ଶୁଭାରମ୍ଭ

ପଲସ ପୋଲିଓ କାର୍ଯ୍ଯକ୍ରମ ଶୁଭାରମ୍ଭ
ପଦ୍ମପୁର (ନିରଂଜନ ତ୍ରିପାଠୀ) - ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପଲସ ପୋଲିଓ କାର୍ଯ୍ଯକ୍ରମ ଶୃଙ୍ଖଳିତ ଭାବେ ଶୁଭାରମ୍ଭ ହୋଇଛି ା ସି.ଏଚ୍.ସି ର କାର୍ଯ୍ଯରତ ମେଡିକାଲ ଅଫିସର୍ ଡାକ୍ତର-ମନସ୍ମିତା ଦଲେଇ (ଏମ୍.ବି.ବିଏସ୍) ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରାରମ୍ଭେ ଦୁଇ ବୁନ୍ଦା ପଲସ ପୋଲିଓ ଖୁଆଇଥିଲେ ା ଉକ୍ତ କେନ୍ଦ୍ର ରେ ସମୁଦାୟ ୨୪୧ ଜଣ ପିଲାଙ୍କୁ ୨ବୁନ୍ଦା ଲେଖାଏଁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ଯକ୍ରମ ରହିଛି ବୋଲି ବୁକୁରାମୁଣ୍ଡା ଉପକେନ୍ଦ୍ର ର ଏ.ଏନ୍.ଏମ୍ ଶ୍ରୀମତି କବିତାଂଜଳି ଦାଶ ଙ୍କ ଠାରୁ ପ୍ରକାଶ ା ଅନ୍ୟତ୍ର ଗ୍ରାମ ମାନଙ୍କ ରୁ ମଧ୍ୟ ଆସିଥିବା ଜିରୋ ରୁ ୫ବର୍ଷ ର ଶିଶୁ ମାନଙ୍କୁ ମଧ୍ୟ ମାଗଣା ରେ ରାଜ୍ୟ ସରକାର ଙ୍କ ନିର୍ଦେଶ ମୁତାବକ ସମସ୍ତ ବୁତ୍ ରେ ୨ବୁନ୍ଦା ଲେଖାଏଁ ପୋଲିଓ ଦିଆଯିବ ବୋଲି ମେଡିକାଲ ଅଫିସର ଡାକ୍ତର ଦଲେଇ ଙ୍କ ଠାରୁ ପ୍ରକାଶ ା ସମସ୍ତ ଶିଶୁ କିଭଳି ଭାବେ ଏ ସୁଯୋଗ କୁ ହାତଛଡା ନ କରିବେ ବୋଲି ସି.ଏଚ୍.ସି ର ଅଧିନ ରେ ଥିବା ଆଶା କର୍ମୀ ତଥା ଅଂଗୱାଡି କର୍ମୀ ମାନେ ତତ୍ପର ହୋଇ ଗ୍ରାମମାନଙ୍କୁ ଘରଘର ବୁଲି ନିକଟସ୍ଥ ପଲସ୍ ପୋଲିଓ କେନ୍ଦ୍ର କୁ ଶିଶୁ ମାନଙ୍କୁ ଆଣିବାକୁ ପରାମର୍ଶ ଦେଉଛନ୍ତି ବୋଲି ପି.ଏଚ.ଇ.ଓ ଶ୍ରୀଯୁକ୍ତ ତୁସ୍ କୁମାର ଚନ୍ଦ୍ରକାର ଙ୍କ ଠାରୁ ପ୍ରକାଶ ା