ପରୀ ମାମଲା : ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ପରୀ ମାମଲା : ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ପରୀ ମାମଲା : ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ
ନୟାଗଡ଼ : ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିବା ହତ୍ୟାକାଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମା ସୌଦାମିନୀ ସାହୁଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଆଜି ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ତେବେ ଏହି ମାମଲାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଜବାବ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଇଛନ୍ତି । ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି । ପୂର୍ବରୁ ପରୀ ହତ୍ୟାକାଣ୍ଡ ମାମଲାରେ ଏହି ହତ୍ୟାକାଣ୍ଡର କାହିଁକି ସିବିଆଇ ତଦନ୍ତ ହେବନାହିଁ ସେ ନେଇ ସ୍ପଷ୍ଠ କରିବାକୁ ଉଭୟ ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।