ନେଗେଟିଭ ରିପୋର୍ଟ ବି ବଢ଼ାଇପାରେ କରୋନା ସଂକ୍ରମଣ

ନେଗେଟିଭ ରିପୋର୍ଟ ବି ବଢ଼ାଇପାରେ କରୋନା ସଂକ୍ରମଣ

ନେଗେଟିଭ ରିପୋର୍ଟ ବି ବଢ଼ାଇପାରେ କରୋନା ସଂକ୍ରମଣ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ଦେଖାଯାଇଛି । ଭାରତର ଅନେକ ସହରରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ମୃତୁ୍ୟ ସଂଖ୍ୟା ବଢ଼ି ଚାଲିଛି । ତେବେ ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ ଆସୁଛି, ସେମାନଙ୍କ ସହ ମିଳାମିଶା କଲେ କରୋନା ବ୍ୟାପିବ ନାହିଁ ବୋଲି ଧାରଣା ଅମୂଳକ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବ୍ୟକ୍ତିଗତ ଭାବେ ସୁରକ୍ଷିତ ରହିବା ପାଇଁ ଜଣେ ପରୀକ୍ଷା ଫଳାଫଳ ଉପରେ ନିର୍ଭର କରିବା ଉଚିତ ନୁହେଁ । ଏହି ପରୀକ୍ଷା ଫଳ କେବଳ ଏକ ନିର୍ଦ୍ଧିଷ୍ଟ ମୁହୂର୍ତ୍ତ ପାଇଁ ଜଣକୁ ସାନ୍ତ୍ୱନା ଦେଇଥାଏ । ଜଣେ କରୋନା ନେଗେଟିଭ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣରେ ଏକ ବଡ଼ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ‘ଜର୍ଜଟାଉନ ସେଣ୍ଟର ଫର ଗ୍ଲୋବାଲ ହେଲଥ ସାଇନସ ଆଣ୍ଡ ସିକୁ୍ୟରିଟିର ବୈଜ୍ଞାନିକମାନେ କହିଛନ୍ତି । କରୋନା ଭୂତାଣୁ ଜଣେ ବ୍ୟକ୍ତିର ଶରୀରରେ ୧୪ ଦିନ ପର୍ଯ୍ୟନ୍ତ ସକି୍ରୟ ରହିଥାଏ । ତେବେ ଏହା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିର ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସଂକ୍ରମଣ କରିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି ।