ନର୍ସ ପ୍ରଫୁଲ୍ଲିତ ପିଟର ଗୋଟିଏ ଫୁସଫୁସ ଥିବା ସତ୍ତ୍ୱେ କରୋନାଠୁ ବିଜୟ ଲାଭ କଲେ

ନର୍ସ ପ୍ରଫୁଲ୍ଲିତ ପିଟର ଗୋଟିଏ ଫୁସଫୁସ ଥିବା ସତ୍ତ୍ୱେ କରୋନାଠୁ ବିଜୟ ଲାଭ କଲେ

ନର୍ସ ପ୍ରଫୁଲ୍ଲିତ ପିଟର ଗୋଟିଏ ଫୁସଫୁସ ଥିବା ସତ୍ତ୍ୱେ କରୋନାଠୁ ବିଜୟ ଲାଭ କଲେ
ଭୋପାଳ: ସାଧାରଣତଃ କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ଫୁସଫୁସକୁ ପ୍ରଥମେ ସଂକ୍ରମିତ କରିଥାଏ । ତେବେ ମଧ୍ୟପ୍ରଦେଶର ଜଣେ ନର୍ସ ପ୍ରଫୁଲ୍ଲିତ ପିଟର ଗୋଟିଏ ଫୁସଫୁସ ଥିବା ସତ୍ତ୍ୱେ କରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି । ୩୯ ବର୍ଷୀୟା ପ୍ରଫୁଲ୍ଲିତ ଛୋଟବେଳକୁ ତାଙ୍କର ଗୋଟିଏ ଫୁସଫୁସ ହରାଇଥିଲେ । ଦୁର୍ଘଟଣାରେ ଗୋଟିଏ ଫୁସଫୁସ ନଷ୍ଟ ହୋଇଯାଇଥିବାରୁ ଡାକ୍ତରମାନେ ତାକୁ ବାହାର କରିଦେଇଥିଲେ । ତେବେ ୨୦୧୪ ରେ ଥରେ ସେ ଏକ୍ସରେ କରିବା ପରେ ହିଁ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ତାଙ୍କୁ କିଛି ସପ୍ତାହ ତଳେ ଟିକମଗଡ଼ ହସ୍ପିଟାଲ କୋଭିଡ ୱାର୍ଡରେ ମୁତୟନ କରାଯାଇଥିଲା । ସେଠାରେ ହିଁ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ପ୍ରଫୁଲ୍ଲିତ କରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ତାଙ୍କ ପାଇଁ ଏହି ଲଢେ଼ଇ କଷ୍ଟକର ହେବ ବୋଲି ସମସ୍ତେ ମନେ କରିଥିଲେ । ସେ କିନ୍ତୁ ଘରେ ୧୪ ଦିନ ଆଇସୋଲେସନରେ ରହି ଏହି ମହାମାରୀକୁ ମାତ ଦେଇଛନ୍ତି । ସୁସ୍ଥ ହେବା ପରେ ପ୍ରଫୁଲ୍ଲିତ କହିଛନ୍ତି ‘ହୋମ ଆଇସୋଲେସନରେ ଥିବା ବେଳେ ମୁଁ ଧୈର୍ଯ୍ୟ ହରାଇନଥିଲି । ନିୟମିତ ଭାବେ ଯୋଗ, ପ୍ରାଣାୟମ, ଶ୍ୱାସକି୍ରୟାକୁ ଠିକ କରିବାକୁ ବିଭିନ୍ନ ବ୍ୟାୟାମ ଜାରି ରଖିଥିଲି ।