ନବୀନଙ୍କୁ ପ୍ରଶଂସା କଲା ଅନ୍ତର୍ଜାତୀୟ ଚ୍ୟାନେଲ୍‌ ନ୍ୟାସନାଲ୍‌ ଜିଓଗ୍ରାଫି, କାରଣ କଣ ଜାଣନ୍ତୁ

ନବୀନଙ୍କୁ ପ୍ରଶଂସା କଲା ଅନ୍ତର୍ଜାତୀୟ ଚ୍ୟାନେଲ୍‌ ନ୍ୟାସନାଲ୍‌ ଜିଓଗ୍ରାଫି, କାରଣ କଣ ଜାଣନ୍ତୁ

ନବୀନଙ୍କୁ ପ୍ରଶଂସା କଲା ଅନ୍ତର୍ଜାତୀୟ ଚ୍ୟାନେଲ୍‌ ନ୍ୟାସନାଲ୍‌ ଜିଓଗ୍ରାଫି, କାରଣ କଣ ଜାଣନ୍ତୁ

ଭୁବନେଶ୍ୱର:ସଂକ୍ରମଣ ସଙ୍କଟରେ ସାରା ଦେଶକୁ ସଞ୍ଜୀବନୀ ବାଣ୍ଟିଛି ଓଡ଼ିଶା । ସଙ୍କଟମୋଚକ ସାଜିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ସଙ୍କଟ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାର ଅକ୍ସିଜେନ୍‌ ବାଣ୍ଟି ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । ଯେଉଁଥି ପାଇଁ ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା କରିଛି । 

ଗତ ଦୁଇ ମାସ ମଧ୍ୟରେ ୧୭ ରାଜ୍ୟକୁ ୩୧ ହଜାର ୨୫୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଛି । ଯେଉଁଥିପାଇଁ ଆଜି ଅନ୍ତର୍ଜାତୀୟ ଚ୍ୟାନେଲରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଛି । ବାତ୍ୟା ‘ୟାସ୍‌’ ସମୟରେ ମଧ୍ୟ ଅକ୍ସିଜେନ୍‌ ଯୋଗାଣ ଅବ୍ୟାହତ ରହିଥିଲା । ଓଡ଼ିଶା ବାତ୍ୟା ସହ ଲଢ଼ୁଥିବା ବେଳେ ବି ଭୁଲି ନଥିଲା ମାନବିକତା । କରୋନା ଯୁଦ୍ଧ କେବଳ ରାଜ୍ୟ ଭିତରେ ସୀମିତ ନଥିଲା । ସାରା ଦେଶକୁ ଅକ୍ସିଜେନ୍‌ ଯୋଗାଇ ରାଷ୍ଟ୍ରନାୟକ ସାଜିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅନ୍ତର୍ଜାତୀୟ ଚ୍ୟାନେଲ୍‌ ନ୍ୟାସନାଲ୍‌ ଜିଓଗ୍ରାଫି ପ୍ରଶଂସା କରିବା ସହ ଏହାର ଡକ୍ୟୁମେଣ୍ଟେସନ୍‌ କରିଛି ।