ନଦୀକୁ ଡେଇଁଲେ ନାବାଳିକା

ନଦୀକୁ ଡେଇଁଲେ ନାବାଳିକା

ଯାଜପୁର:   ନଦୀକୁ ଡେଇଁଲେ ନାବାଳିକା । ନାବାଳିକାଙ୍କ ପତ୍ତା ମିଳି ନ ଥିବା ବେଳେ ଖୋଜାଖୋଜି ଜାରି ରଖିଛନ୍ତି ଅଗ୍ନିଶମ କର୍ମଚାରୀ । ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଆଜି ଘଟିଛି। ନିଖୋଜ ନାବାଳିକାଜଣକ ହେଲେ ବାଉଁଶଅଣ୍ଟା ଅଞ୍ଚଳର କାଠିଆ ଦେହୁରୀଙ୍କ ୧୫ ବର୍ଷୀୟା ଝିଅ ପୂଜାରାଣୀ ଦେହୁରୀ ।
ଆଜି ସକାଳୁ ପୂଜାରାଣୀ ସାଇକେଲ ଯୋଗେ ଯୋକଡିଆ ବ୍ରିଜ ନିକଟରେ ପହଞ୍ଚିଥିଲେ। ସେଠାରେ ଥିବା ଏକ ଜଳଖିଆ ଦୋକାନରୁ ପାଣି ପିଇଥିଲେ।  ପରେ ବ୍ରିଜ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲା।

ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛି। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଝିଅ କ’ଣ ପାଇଁ ଏପରି ପଦକ୍ଷେପ ଉଠାଇଲା ଜାଣି ନ ଥିବା କହିଛନ୍ତି।