ଦୋକାନୀକୁ ବ୍ଲେଡ଼ରେ ଆକ୍ରମଣ

ଦୋକାନୀକୁ ବ୍ଲେଡ଼ରେ ଆକ୍ରମଣ

ଦୋକାନୀକୁ ବ୍ଲେଡ଼ରେ ଆକ୍ରମଣ

କେନ୍ଦ୍ରାପଡ଼ା: ଗ୍ରାହକ କଲେ ଆକ୍ରମଣ ତାହାପୁଣି ବ୍ଲେଡ଼ରେ । ଖାଇବା ପରଷିବାରେ ହୋଇଥିଲା ବିଳମ୍ବ । ଏଥିରେ ରାଗିଯାଇ ଗ୍ରାହକ ଜଣକ ବ୍ଲେଡ଼ ମାଧ୍ୟମରେ ଆକ୍ରମଣ କରିଛନ୍ତି ଦୋକାନୀଙ୍କୁ । ଏଭଳି ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଯୁଣ ଛକରେ । ଫାଷ୍ଟ ଫୁଡ ଦୋକାନୀଙ୍କ ବେକକୁ ବ୍ଲେଡରେ ଆକ୍ରମଣ କଲେ ଗ୍ରାହକ। ଏଥିରେ ଦୋକାନୀଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଗତ କାଲି ବିଳମ୍ବିତ ରାତ୍ରୀରେ ଜୁଣ ଛକରେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମେଲୋଡି ଚାଲିଥିଲା । କିଛି ଯୁବକ ମେଲୋଡି ଦେଖି ସରିବା ପରେ ନିକଟରେ ଥିବା ଫାଷ୍ଟ୍ ଫୁଡ୍ ଦୋକାନକୁ ଖାଇବାକୁ ଯାଇଥିଲେ। ସେଠାରେ ସେମାନେ ଅର୍ଡର ଦେଇଥିବା ବେଳେ ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସେମାନେ ଦୋକାନୀଙ୍କୁ ଗାଳିଗୁଲଜ କରିଥିଲେ ।

ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଜଣେ ଯୁବକ ଫାଷ୍ଟ ଫୁଡ୍ ଦୋକାନୀ ଆକାଶ ବେହେରା ବେକକୁ ବ୍ଲେଡରେ ଆକ୍ରମଣ କରିଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗୁରୁତର ଆକାଶଙ୍କୁ ଉଦ୍ଧାର କରି ପ୍ରଥମେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କ କେନ୍ଦ୍ରାପଡ଼ା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଜଣକୁ ଅଟକ ରଖିଛି ପୁଲିସ ।