ଦେଶରେ କରୋନା ସୁନାମୀ: ଗୋଟିଏ ଦିନରେ ୪ ଲକ୍ଷ ୧ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସୁନାମୀ: ଗୋଟିଏ ଦିନରେ ୪ ଲକ୍ଷ ୧ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସୁନାମୀ: ଗୋଟିଏ ଦିନରେ ୪ ଲକ୍ଷ ୧ ହଜାର ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଂଟା ମଧ୍ୟରେ ୪ ଲକ୍ଷରୁ ଉଦ୍ଧ୍ୱର୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୧୮ କୋଟି ଟପିଯାଇଛି । ସେମାନଙ୍କ ମଧ୍ୟରୁ ୧.୭୯ କୋଟି ସୁସ୍ଥ ହୋଇସାରିଥିବାବେଳେ ୩୭ ଲକ୍ଷ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୧୪ ରାଜ୍ୟରେ ୧୦ ହଜାରରୁ ଉଦ୍ଧ୍ୱର୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୫୪ ହଜାର, କର୍ଣ୍ଣାଟକରେ ୪୯ ହଜାର ଓ କେରଳରେ ୩୮ ହଜାରରୁ ଉଦ୍ଧ୍ୱର୍ କରୋନା ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟଯେ, ଗତ ସପ୍ତାହେ ମଧ୍ୟରେ ଦେଶର ୨୪ ରାଜ୍ୟରେ ସଂକ୍ରମଣ ହାର ୧୫% ରହିଛି । ଗତ ଦୁଇ ସପ୍ତାହ ଧରି ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଉଦବେଗଜନକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ର, ଉତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଝାରଖଣ୍ଡରେ ଦୈନିକ ସଂକ୍ରମଣ ହାର ସମାନ୍ତରାଳ ସ୍ଥିତିରେ ରହିଛି । ସେହିପରି ୧୨ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଉପରେ ରହିଥିବାବେଳେ ୭ ରାଜ୍ୟରେ ତାହା ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ରହିଛି ।