ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି, ମେ’ମଧ୍ୟଭାଗରେ ଶିଖର ସଂକ୍ରମଣ

ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି, ମେ’ମଧ୍ୟଭାଗରେ ଶିଖର ସଂକ୍ରମଣ

ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି, ମେ’ମଧ୍ୟଭାଗରେ ଶିଖର ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହି ସଂକ୍ରମଣ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ବିଶେଷଜ୍ଞଙ୍କ ଗାଣିତିକ ହିସାବ ଅନୁସାରେ ଆସନ୍ତା ମେ ୧୧ ରୁ ୧୫ ତାରିଖ ମଧ୍ୟରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ଏହି ସମୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରୁ ୩୫ ଲକ୍ଷ ରହିବ ଗତବର୍ଷ ସେପ୍ଟେମ୍ବର ମଧ୍ୟ ଭାଗରେ ଦେଶରେ ସର୍ବୋଚ୍ଚ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ରହିଥିଲା । ଆଗାମୀ ତିନି ସପ୍ତାହ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ କମିବାର ପ୍ରଶ୍ନ ନାହିଁ । ମେ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହା କ୍ରମାଗତ ଭାବେ ବଢ଼ିଚାଲିବ । ମହାରାଷ୍ଟ୍ର ଓ ଛତିଶଗଡ଼ରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିସାରିଛି । ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ତେଲଙ୍ଗାନାରେ ଏପି୍ରଲ ୨୫ ରୁ ୩୦ ମଧ୍ୟରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ସେହିପରି ଓଡ଼ିଶା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ମେ ୧ ରୁ ୫ ତାରିଖ ମଧ୍ୟରେ ଏବଂ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ମେ ୬ ରୁ ୧୦ ମଧ୍ୟରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ।