ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ

ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ

ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ
ଭୋଗରାଇ: ବାଲେଶ୍ୱର ଜଳେଶ୍ୱର ନିକଟରେ ଏକ ଦୁର୍ଘଟଣା ଘଟି ଦୁଇ ଭାଇଙ୍କର ମୃତୁ୍ୟ ଘଟିଛି । ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତ ଅନ୍ତର୍ଗତ ବାଣିଦା ଗ୍ରାମର ରଣଜିତ ଦାସଙ୍କ ଦୁଇ ପୁଅ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର କିଶୋର ଓରଫ କୁନା (୧୬) ଓ ସପ୍ତମ ଶ୍ରେଣୀର ଛାତ୍ର ସ୍ୱାଧୀନ ଓରଫ ମୁନା (୧୨) ସକାଳେ ବଡ଼ବାପା ସରୋଜଙ୍କ ସହ ଏକ ବାଇକ (ଓଡି-୦୧-ଏ-ଏଚ-୮୦୦୭ )ରେ ବାହାଘର ଉପହାର କିଣିବା ପାଇଁ ବାହାରିଥିଲେ । ସେମାନେ କୌଣସି କାରଣରୁ କମର୍ଦ୍ଧା ଥାନା ସାତଶୁଳିଆ ଛକରେ ବାଇକ ରଖି ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ । ଏହି ସମୟରେ ଜଳେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଡମ୍ବର (ଓଆର-୦୧-ୟୁ-୨୧୦୪) ବାଇକ ସହ ସରୋଜ ତଥା କୁନା ଓ ମୁନାଙ୍କୁ ଧକ୍କା ଦେଇଥିଲା । ଫଳରେ କୁନା ଓ ମୁନା ଛିଟିକି ପଡ଼ିଥିଲେ । ସୌଭାଗ୍ୟବଶତଃ ସରୋଜ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକ ଆହତ ସରୋଜ ଓ ଗୁରୁତର କୁନା ଓ ମୁନାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଜିକେ ଭଟ୍ଟର ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତରଖାନା ନେବା ରାସ୍ତାରେ ହିଁ ଦୁଇଭାଇଙ୍କ ମୃତୁ୍ୟ ହୋଇଥିଲା ।