ତ୍ୱଚାକୁ ଗୋରା ଓ ଉଜ୍ୱଳ କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।

ତ୍ୱଚାକୁ ଗୋରା ଓ ଉଜ୍ୱଳ କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।

ତ୍ୱଚାକୁ ଗୋରା ଓ ଉଜ୍ୱଳ କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।
ଗୋରା ଓ ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କ ପାଇଁ ଆକର୍ଷଣ । ହେଲେ ଶ୍ୟାମଳ ବର୍ଣ୍ଣର ମଧ୍ୟ ସ୍ୱତନ୍ତ୍ର ଆକର୍ଷଣ ରହିଛି । ମସୃଣ ଶ୍ୟାମଳ ତ୍ୱଚାରେ ହାଲୁକା ରକ୍ତିମ ଆଭାର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ଗୋରା ହେଉ ବା ଶ୍ୟାମଳ, ତ୍ୱଚାର ଯତ୍ନ ନିହାତି ଜରୁରୀ । ଅବହେଳା କଲେ ଏହା ନିର୍ଜୀବ ହୁଏ ଏବଂ ସ୍ୱାଭାବିକ ଚମକ ଦେଇଥାଏ । ବେଳେ ବେଳେ କଳା ଦାଗ ମଧ୍ୟ ସୃଷ୍ଟି ହୁଏ । ବୟସ ବଢ଼ିଲେ ତ୍ୱଚା ପ୍ରଭାବିତ ହେବା ନିଶ୍ଚିତ । ଏଥିରୁ ରକ୍ଷା ପାଇବାର କୌଣସି ଉପାୟ ଆପାତତଃ ନାହିଁ । ତେବେ ଏହି ପ୍ରକ୍ରିୟାକୁ କିଛି ମାତ୍ରାରେ ବିଳମ୍ବିତ କରାଯାଇପାରିବ । ସେହିପରି ତ୍ୱଚାକୁ ପ୍ରଭାବିତ କରୁଥିବା କାରଣ ଗୁଡ଼ିକ ପ୍ରତି ସତର୍କତା ଅବଲମ୍ବନ କଲେ ତ୍ୱଚାର କାନ୍ତକୁ ବଜାୟ ରଖିପାରିବ । ତ୍ୱଚାର କାନ୍ତି ଓ ଉଜ୍ଜ୍ୱଳତା ହ୍ରାସ ପାଇବାର ଅନେକ କାରଣ ମଧ୍ୟରୁ ରକ୍ତପ୍ରବାହର ଗତି ଏକ ପ୍ରମୁଖ କାରଣ । ଯଦି ଏହା କମ୍ ହୁଏ ତା ହେଲେ ତ୍ୱଚାର ଉଜ୍ଜ୍ୱଳତା ହ୍ରାସ ପାଏ । ଏଥିପ୍ରତି ସତର୍କତା ଅବଲମ୍ବନ କରାଯିବା ଉଚିତ । ଆମ ଧ୍ୟକରୁ କେହିକେହି ବ୍ରାଉନ ବ୍ରେଡ ଖାଇବାକୁ ପସନ୍ଦ କରନ୍ତି ତ କେହି କେହି ହ୍ୱାଇଟ ବ୍ରେଡ ଖାଇବାକୁ ପସନ୍ଦ କରନ୍ତି । ଜାଣି ରଖିବା ଉଚିତ ଯେ ହ୍ୱାଇଟ ବ୍ରେଡ୍ ଇନସୁଲିନର ସ୍ତର ବଢ଼ାଇ ଦିଏ । ଫଳରେ ତ୍ୱଚାର ପ୍ରାକୃତିକ ତୈଳ ଉତ୍ପାଦନ ହ୍ରାସ ପାଏ ଏବଂ ତ୍ୱଚାର ରଙ୍ଗ ଗାଢ଼ ହୁଏ ବା ଡାର୍କନେସ ବୃଦ୍ଧି ପାଏ । ସେହିପରି ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ମଧ୍ୟ କ୍ଷତିକାରକ । କାରଣ ଏହା ଶରୀରର ତାପମାତ୍ରା ବଢ଼ାଇ ଦିଏ । ଡାର୍କନେସ ବୃଦ୍ଧିପାଇବାର ଏକାଧିକ କାରଣ ମଧ୍ୟରୁ ଏହା ଗୋଟିଏ । କଫି ମଧ୍ୟ ତ୍ୱଚାର ଶତ୍ରୁ । ଏଥିରେ ଥିବା କେଫିନ ଷ୍ଟ୍ରେସ ହରମୋନ ‘କୋର୍ଟିସୋଲ’ର ସ୍ତରକୁ ବଢ଼ାଇଥାଏ ଏବଂ ଏହା ଦ୍ୱାରା ତ୍ୱଚାର ‘ଡାର୍କନେସ୍‌’ ବୃଦ୍ଧି ପାଏ ।