ତାଳବଣିଆ ଥାନା ଏଏସଆଇଙ୍କୁ ସସ୍‌ପେଣ୍ଡ

ତାଳବଣିଆ ଥାନା ଏଏସଆଇଙ୍କୁ ସସ୍‌ପେଣ୍ଡ

ତାଳବଣିଆ ଥାନା ଏଏସଆଇଙ୍କୁ ସସ୍‌ପେଣ୍ଡ
ପୁରୀ : ମଦ୍ୟପାନ କରି ଡ୍ୟୁଟି କରିବା ପଡିଲା ମହଙ୍ଗା। ଏଏସ୍‌ଆଇଙ୍କୁ ସସ୍‌ପେଣ୍ଡ କଲେ ପୁରୀ ଏସ୍‌ପି । ତାଳବଣିଆ ଥାନା ଏଏସ୍‌ଆଇ ଲକ୍ଷଣ ଶରଣଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ଏଏସ୍‌ଆଇ ଲକ୍ଷ୍ମଣ ସୋରେନ୍‌ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଅନ୍ତର୍ଗତ ଗ୍ରିଡ୍‌ ଷ୍ଟେସନ୍‌ ଛକରେ ମୋଟର ଯାନ (ଏମ୍‌ଭି) ଯାଞ୍ଚ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିଲେ । ଏ ସଂକ୍ରାନ୍ତରେ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ତାଙ୍କୁ ନିଲମ୍ବିତ କରିଛନ୍ତି । ନିଶାପାନ କରି ଡିୟୁଟି କରିବା ଏବଂ ଡିୟୁଟିରେ ଅବହେଳା କରିଥିବା କାରଣରୁ ସୋରେନ୍‌ଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।