ଡ୍ରଗ୍ସ କାରବାରରେ ଦେବେନ୍ଦ୍ର ଫଡ୍ଣାବିସ୍କୁ ଟାଣିଲେ ନୱାବ୍
ଡ୍ରଗ୍ସ କାରବାରରେ ଦେବେନ୍ଦ୍ର ଫଡ୍ଣାବିସ୍କୁ ଟାଣିଲେ ନୱାବ୍
ମୁମ୍ବାଇ : ଡ୍ରଗ୍ସ କାରବାରକୁ ନେଇ ପୂର୍ବରୁ ଏନସିବିକୁ ଘେରୁଥିବା ନୱାବ୍ ମଲିକ ଏବେ ବିଜେପିକୁ ଘେରିଛନ୍ତି। ତେବେ ସେ ବିଜେପିର କେହି ଛୋଟ ନେତା ନୁହନ୍ତି, ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ଣାବିସ୍କୁ ଏହି ମାମଲାକୁ ଟାଣିଛନ୍ତି। ନୱାବ୍ ମଲିକ ଅଭିଯୋଗ କରିଛନ୍ତି ଯେ ଡ୍ରଗ୍ସ କାରବାରୀଙ୍କ ସିହତ ଫଡ୍ଣାବିସ୍ଙ୍କ ସଂପର୍କ ରହିଛି। ବର୍ତ୍ତମାନ ଜେଲ୍ରେ ରହିଥିବା ଜୟଦୀପ ରଣାଙ୍କ ସହିତ ତାଙ୍କର ସଂପର୍କ ଥିବା ସେ ଅଭିଯୋଗ ଆଣି ଏହାର ଫଟୋ ଏବଂ ଭିଡିଓ ଗଣମାଧ୍ୟମକୁ ଦେଇଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଫଡ୍ଣାବିସ୍ଙ୍କ ଛତ୍ରଛାୟା ତଳେ ଡ୍ରଗ୍ସ କାରବାର ଚାଲିଥିଲା। ତେବେ ଏହାର ପ୍ରତିଉତ୍ତରରେ ଫଡ୍ଣାବିସ୍ କହିଛନ୍ତି ଯେ ଏହା ୪ ବର୍ଷ ତଳର ଏକ ପୁରୁଣା ଫଟୋ। ଜଣେ ମୁଖ୍ୟମନ୍ତ୍ରୀଙ୍କ ସହିତ ଯେ କେହିବି ଫଟୋ ଉଠାଇବାକୁ ଉଚ୍ଛା କରିନ୍ତି। ଏକ ଇଭେଣ୍ଟ୍ରେ ଜୟଦୀପ ଆସିଥିବା ବେଳେ ତାଙ୍କ ସହିତ ଫଟୋ ଉଠାଇବାକୁ ଚାହିଁଥିଲେ। ତେବେ ନୱାବ୍ ଫୁଲଝରୀ ଫୁଟାଇଛନ୍ତି ଏବେ ବିସ୍ଫୋରଣକୁ ଅପେକ୍ଷା କରନ୍ତୁ ବୋଲି ଜବାବ୍ରେ କହିଛନ୍ତି।




admin 