ଠିକା କାମକୁ କେନ୍ଦ୍ରକରି ବୋମା ମାଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ବୋମାମାଡ । ଠିକା କାମକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ବୋମାମାଡ ହୋଇଛି । ଘଟଣାସ୍ଥଳରେ ବିରିଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଣ୍ଡିଲୋ ଗାଁରେ ବୋମାମାଡ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଠିକା କାମକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ଜଣାପଡିଛି । ଦୁଇଟି ସ୍ଥାନରେ ଏକସଙ୍ଗେ ବୋମାମାଡ ହୋଇଛି । ଗୋଟିଏ ବୋମା ଯୁବକ ସଂଘ ଗୃହ ଉପରେ ପଡିଥିବା ବେଳେ ଅନ୍ୟ ଗୋଟିଏ ବୋମା ଜନୈକ ବ୍ୟକ୍ତିଙ୍କ ଘର ଉପରେ ପଡିଛି । ବୋମାମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି ।
ତେବେ ବୋମାମାଡ ଫଳରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଖବର ପାଇ ଘଟଣାସ୍ଥଳରେ ବିରିଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖାହେବା ବେଳକୁ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ କିଛି ଜଣାପଡିନାହିଁ । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ବୋମାମାଡର କାରଣ ସ୍ପଷ୍ଟ ହେବ ।