ଜୁଏଲଙ୍କ ବିରୋଧରେ ମହିଳା କମିଶନରେ ଫେରାଦ

ଜୁଏଲଙ୍କ ବିରୋଧରେ ମହିଳା କମିଶନରେ ଫେରାଦ

ଜୁଏଲଙ୍କ ବିରୋଧରେ ମହିଳା କମିଶନରେ ଫେରାଦ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ମହିଳା କମିଶନରେ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।  ପଂଚାୟତ ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କ ବାବଦରେ ଜୁଏଲଙ୍କ ସହ ସେ କଥା ହେବା ପାଇଁ ଚାହୁଁଥିଲେ  । ତେବେ ଫୋନରେ ଜୁଏଲ ଓରାମ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ । ଏହି ସମୟରେ ସେ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଗୌରୀ କହିଛନ୍ତି  । ତେବେ ଏହି ଘଟଣା ପରେ ସେ ବିଜେପି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ  । ଦଳ ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ତେବେ ଏହାପରେ ଜୁଏଲ ଓରାମଙ୍କୁୁ ଗିରଫ କରିବାକୁ ସେ ଦାବି କରିଛନ୍ତି  । ଜୁଏଲ ଓରାମ ତାଙ୍କୁ ଫୋନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଯୁବତୀ ଅଭିଯୋଗ କରିଛନ୍ତିି  ।