ଜଗା ଉପରେ ଚଢିଗଲା ହାଇୱା : ଇଣ୍ଡିଆନ୍ ଆଇଡଲରେ ଥିଲେ ଚର୍ଚ୍ଚିତ

ଜଗା ଉପରେ ଚଢିଗଲା ହାଇୱା : ଇଣ୍ଡିଆନ୍ ଆଇଡଲରେ ଥିଲେ ଚର୍ଚ୍ଚିତ

ଜଗା ଉପରେ ଚଢିଗଲା ହାଇୱା : ଇଣ୍ଡିଆନ୍ ଆଇଡଲରେ ଥିଲେ ଚର୍ଚ୍ଚିତ
ଭଦ୍ରକ/ଭୁବନେଶ୍ୱର - ଇଣ୍ଡିଆ ଆଇଡଲର ଚର୍ଚ୍ଚିତ ଚେହେରା ଜଗବନ୍ଧୁ ନାୟକ । କିଛିଦିନ ପୁର୍ବରୁ ଇଣ୍ଡିଆଲ ଆଇଡଲରେ ଯୋଗଦେଇ ଉପସ୍ଥିତ ଜର୍ଜଙ୍କୁ ନିଜର କମେଡିରେ ହସିହସି ବୋବାଲ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଆସିଥିଲେ ଚର୍ଚ୍ଚାକୁ । ଆଜି ସକାଳୁ ଭଦ୍ରକର ଚରମ୍ପାରେ ଥିବା ହନୁମାନମନ୍ଦିରକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମନ୍ଦିରରୁ ଫେରିବା ବେଳେ ହଇୱାଟି ତାଙ୍କୁ ଧକ୍କା ଦେବା ସହ ତାଙ୍କ ଡାହାଣ ଗୋଡ ଉପରେ ଚକା ଅଧଘଣ୍ଟା ପର୍ଯ୍ୟନ୍ତ ଚଢିକି ରହିଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଉପସ୍ଥିତ ଲୋକେ ଭିଡିଓ ରେକଡିଂ କରୁଥିଲେ କିନ୍ତୁ କେମିତି ଯଗା ଉଦ୍ଧାର କ୍ଷେତ୍ରରେ ସାହାର୍ଯ୍ୟ କରିନଥିଲେ । ଅଧଘଣ୍ଟା ପର୍ଯ୍ୟନ୍ତ ତଳେ ପଡି ଛଟପଟ ହୋଇଥିଲେ । ଏବେ ଯଗା ସୁସ୍ଥ ରହିଥିବା ବେଳେ ଆର୍ଥିକ ଅଭାବ ଅନଟନରେ ଜିବନ କାଳାତିପାତ କରୁଥିବା ବେଳେ ଚିକିସôା ପାଇଁ ଅର୍ଥର ଘୋର ଅଭାବ ରହିଛି । ସରକାରଙ୍କ କିମ୍ବା ବଦାନ୍ୟବ୍ୟକ୍ତିଙ୍କ ତରଫରୁ ଯଦି ସାହାର୍ଯ୍ୟ କରାଯାଏ ତେବେ ଜଗା ଜନ୍ତ୍ରଣାରୁ ମୁକ୍ତି ପାଇବ ।