ଚାଲିଗଲା ଧଳା ବାଘୁଣୀ ବିଜୟା

ଚାଲିଗଲା ଧଳା ବାଘୁଣୀ ବିଜୟା

ଚାଲିଗଲା ଧଳା ବାଘୁଣୀ ବିଜୟା

ବାରଙ୍ଗ: ନନ୍ଦନକାନନରେ ଶନିବାର ଘଟିଛି ଏକ ଦୁଃଖଦ ଘଟଣା । ଧଳାବାଘୁଣୀ ‘ବିଜୟା’ର ଦିନ ଗୋଟାଏ ବେଳେ ମୃତ୍ୟୁ ଘଟିଛି । ସେ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଥିବା ଜଣାପଡିଛି । ଦୀର୍ଘ ୯ ଦିନର ଚିକିତ୍ସା ପରେ ବାଘୁଣୀ ଆଖି ବୁଜିବା ଘଟଣା ପର୍ୟ୍ୟଟକ ଓ ପଶୁପ୍ରେମୀଙ୍କୁ ବ୍ୟଥିତ କରିଛି । ‘ବିଜୟା’କୁ ୧୧ ବର୍ଷ ବୟସ ହୋଇଥିଲା । ସେ ୩୨ ନଂ ଖୁଆଡ଼ରେ ରହୁଥିଲା ।

ଗତକାଲି ଅଧିକ ଅସୁସ୍ଥ ହେବାରୁ ଶନିବାର ସକାଳେ ଓୟୁଏଟିର ସର୍ଜରୀ ବିଭାଗ ପ୍ରଫେସର ଇନ୍ଦ୍ରମଣି ନାଥ ଓ ମେଡିସିନ ବିଭାଗର ପ୍ରଫେସର ନିରଞ୍ଜନ ସାହୁ ପ୍ରାଣୀ ଉଦ୍ୟାନରେ ପହଞ୍ଚି ତା’ର ଚିକିତ୍ସା ଆରମ୍ଭ କରିଥିଲେ । ପ୍ରାଣୀ ଚିକିତ୍ସାଳୟକୁ ଆଣିବାରେ ଅସୁବିଧା ହେବାରୁ ଖୁଆଡ଼ରେ ତାର ଅଲଟ୍ରାସାଉଣ୍ଡ କରାଯାଇଥିଲା । ଚିକିତ୍ସା ହେବାର ମାତ୍ର କେଇ ମିନିଟ୍‌ ମଧ୍ୟରେ ସେ ଆଖି ବୁଜିଥିଲା । ଏବେ ପ୍ରାଣୀ ଉଦ୍ୟାନରେ ଧଳା ବାଘ ସଂଖ୍ୟା ୬କୁ ଖସିଛି । ମୋଟ ବାଘ ସଂଖ୍ୟା ୨୫ ରହିଛି ।