ଘରୋଇ ପରିଚାରକଙ୍କୁ ମିଳିବ ୧୮ ଲକ୍ଷ ଟଙ୍କା : ଜାଣନ୍ତୁ କେଉଁଠି

ଘରୋଇ ପରିଚାରକଙ୍କୁ ମିଳିବ ୧୮ ଲକ୍ଷ ଟଙ୍କା : ଜାଣନ୍ତୁ କେଉଁଠି

ଘରୋଇ ପରିଚାରକଙ୍କୁ ମିଳିବ ୧୮ ଲକ୍ଷ ଟଙ୍କା : ଜାଣନ୍ତୁ କେଉଁଠି
ଲଣ୍ଡନ : ବ୍ରିଟିଶ୍ ରାଜ ପରିବାରଙ୍କୁ ଜଣେ ଅଭିଜ୍ଞ, ଦକ୍ଷ ଘରୋଇ ପରିଚାରକର ଆବଶ୍ୟକତା ରହିଛି । ଆପଣ ଯଦି ଘରୋଇ ପରିଚାରକର ଦରମା ଜାଣିବେ, ତେବେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଏଠାରେ ଘରୋଇ ପରିଚାରକ ପାଇଁ ରହିଥିବା ମାପଦଣ୍ଡ ଅନୁଯାୟୀ ଯିଏ ଯୋଗ୍ୟ ବିବେଚିତ ହେବ ତାଙ୍କୁ ୧୮.୫ ଲକ୍ଷର ମାସିକ ଦରମା ଦିଆଯିବ । ରାଜ ପରିବାର ତରଫରୁ ଏକ ଘରୋଇ ଅଧିକାରୀ ଓ୍ବେବସାଇଟ୍ରେ ଏହି ଚାକିରି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି । ସପ୍ତାହକୁ ୫ ଦିନ କାର୍ୟ୍ୟଦିବସ ରହିଥିବାବେଳେ ୨ ଦିନ ଛୁଟି ମିଳିବ । ଏହି ଚାକିରିରେ ପ୍ରାରମ୍ଭ ପର୍ୟ୍ୟାୟରେ ପାରିଶ୍ରାମିକ ବାବଦକୁ ୧୮.୫ ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତୀତ ତାଙ୍କର ରହିବା, ଖାଇବା ତଥା ଅନ୍ୟାନ୍ୟ ସୁବିଧା ପ୍ୟାଲେସ୍ ଦ୍ବାରା କରାଯିବ । ଏହାଛଡା ତାଙ୍କର ଯିବା ଆସିବାର ସମସ୍ତ ଖର୍ଚ୍ଚ ମଧ୍ୟ ଅଲଗା ଦିଆଯିବ । ଚାକିରି କାଳ ମଧ୍ୟରେ ୩ ଦିନର ଛୁଟି (ବ୍ୟାଙ୍କ ଛୁଟି ସହିତ) ରହିଛି । ତେବେ ପ୍ରାର୍ଥୀ ଜଣକ ଇଂରାଜୀ ଓ ଗଣିତରେ ଦକ୍ଷ ହୋଇଥିବା ଆବଶ୍ୟକ । ଚୟନ ପ୍ରାର୍ଥୀଙ୍କ ମୁଖ୍ୟ କାମ ହେଉଛି ମହଲ୍ ଭିତରର କାର୍ୟ୍ୟକୁ ତଦାରଖ କରିବା । ସେହିପରି ଏହି ଚାକିରି ପାଇଁ ୧୩ ମାସର ପ୍ରଶିକ୍ଷଣ ଦିଆଯିବ ।