ଘରେ ବସି ମଧ୍ୟ ପାଇ ପାରିବେ ବିଦ୍ୟୁତ ସଞ୍ଜୋଗ : ଲଞ୍ଚ ହେଲା ‘ମୋ ବିଦ୍ୟୁତ’ ଆପ୍

ଘରେ ବସି ମଧ୍ୟ ପାଇ ପାରିବେ ବିଦ୍ୟୁତ ସଞ୍ଜୋଗ : ଲଞ୍ଚ ହେଲା ‘ମୋ ବିଦ୍ୟୁତ’ ଆପ୍

ଘରେ ବସି ମଧ୍ୟ ପାଇ ପାରିବେ ବିଦ୍ୟୁତ ସଞ୍ଜୋଗ :  ଲଞ୍ଚ ହେଲା ‘ମୋ ବିଦ୍ୟୁତ’ ଆପ୍
ଭୁବନେଶ୍ୱର : ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ବିଦ୍ୟୁତ ଆପ ଲଞ୍ଚ କରାଯାଇଛି । ଶକ୍ତି ବିଭାଗ ଏବଂ ୫ଟି ବିଭାଗ ସମନ୍ୱୟରେ ଏହି ଆପଟି ଆରମ୍ଭ ହୋଇଥିବା ବେଳେ ଏଣିକି ଘରେ ବସି ବିଦ୍ୟୁତ ସଞ୍ଜୋଗ ଆଣି ପାରିବେ ଗ୍ରାହକ । ଏହି ଆପରେ ପଞ୍ଜୀକରଣ କରିବା ଦ୍ୱାରା ୪୮ ଘଣ୍ଟା ମଧ୍ୟରେ ନୂତନ ସଞ୍ଜୋଗ ପ୍ରଦାନ କରାଯିବ । ଘରୋଇ, ବ୍ୟବସାୟ, କୃଷି, ଜଳସେଚନ ଓ ସର୍ବସାଧାରଣ କ୍ଷେତ୍ର ଯେଉଁ ୫ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ହୋଇଥାଏ ସେହି ସ୍ଥାନରେ ଏହି ସଞ୍ଜୋଗ ପ୍ରଦାନ କରାଯିବ । ସମସ୍ତ ବିଦ୍ୟୁତ ଉପଭୋକ୍ତା ଏହି ଆପ ମାଧ୍ୟମରେ ନିଜର ବିଜୁଳି ବିଲ ପୈଠ କରିବା ଦ୍ୱାରା ୨ ପ୍ରତିଶତର ଅତିରିକ୍ତ ରିବେଟ ହାସଲ କରିପାରିବେ । ଏହି ଆପ ଜରିଆରେ କୌଣସି ଅଭିଯୋଗ କରାଗଲେ ତ୍ୱରିତ ଉପାୟରେ ତାହାର ସମାଧାନ କରାଯିବ । କୋଭିଡ ସମୟରେ ଗ୍ରାହକଙ୍କ ସୁବିଧା ଦୃଷ୍ଟିରୁ ଏହି ଆପ ଏକ ସମୟୋଚିତ ପଦକ୍ଷେପ ଏବଂ ଏହା ଦ୍ୱାରା ପ୍ରାୟ ୮୯ ଲକ୍ଷ ଉପଭୋକ୍ତା ଉପକୃତ ହୋଇପାରିବେ ବୋଲି କୁହଯାଇଛି ।