ଘରେ ଏହି କାମ କରନ୍ତୁ, ନହେଲେ ଧନହାନି ହେବ
ଘରେ ଏହି କାମ କରନ୍ତୁ, ନହେଲେ ଧନହାନି ହେବ
ଭୁବନେଶ୍ୱର : ଗୋଟିଏ ଛୋଟ ଛୋଟ କାମ ବି ଆମକୁ ଅସୁବିଧାରେ ପକାଇପାରେ । ବିଶେଷକରି ବାସ୍ତୁବିତମାନେ ଏଭଳି ମତପୋଷଣ କରିଥା’ନ୍ତି ।
ଖଟ ତଳେ ପକାନ୍ତୁ ନାହିଁ ଅଳିଆ : ଅନେକ ଲୋକ ଖଟ ତଳେ ଅଳିଆ ଫିଙ୍ଗି ଦେଇଥା’ନ୍ତି । ଘରର କୌଣସି ସାମଗ୍ରୀ ଭାଙ୍ଗିଗଲେ ତାକୁ ଖଟ ତଳେ ଠେଲି ଦିଅନ୍ତି । କିନ୍ତୁ ଏଭଳି କରିବା ଦ୍ୱାରା ବୈବାହିକ ସମ୍ପର୍କରେ ସମସ୍ୟା ଦେଇଥାଏ । ତେଣୁ ଖଟ ତଳେ ଅଳିଆ ନଗଦାଇ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର ।
ଝାଡୁ ଲୁଚାଇ ରଖନ୍ତୁ : ଘର ଓଳାଇସାରିବା ପରେ ଝାଡୁକୁ ଇଆଡେ଼ ସିଆଡେ଼ ରଖନ୍ତୁ ନାହିଁ । ଏହାକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ଗ୍ରହଣ କରାଯାଇଥାଏ । ଝାଡୁକୁ ଏଭଳି ଲୁଚେଇ ରଖନ୍ତୁ ଯେଭଳି ତାହାକୁ ବାହାରର ଲୋକମାନେ ଦେଖିନପାରିବେ । ନଚେତ ଆପଣଙ୍କର ଧନହାନି ହେବ ।
ଆଲମାରୀକୁ ଦକ୍ଷିଣ ଦିଗକୁ ମୁହଁ କରି ରଖନ୍ତୁ ନାହିଁ : ଆଲମାରୀ ବା ଟ୍ରେଜେରୀକୁ ଦକ୍ଷିଣ ମୁହାଁ କରି ରଖିବା ଉଚିତ ନୁହେଁ । ଏଭଳି କଲେ ଆପଣଙ୍କର ଟଙ୍କା ରହିବ ନାହିଁ । ଆଲମାରୀ ଖୋଲିବା ବେଳେ ଯେଭଳି ତାହା ଉତର ପଟକୁ ରହିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
ବୁଢ଼ିଆଣୀ ବସାକୁ ହଟାଇ ଦିଅନ୍ତୁ : ଘରେ ବୁଢ଼ିଆଣୀ ବସା ରହିଲେ ଆପଣଙ୍କର ବିକାଶ ହୋଇପାରିବ ନାହିଁ । ଏହାକୁ ଆଳସ୍ୟର ପ୍ରତୀକ ବୋଲି କୁହାଯାଏ । ତେଣୁ ତୁରନ୍ତ ତାହାକୁ ହଟେଇ ଦିଅନ୍ତୁ । ନଚେତ ଆର୍ଥିକ କ୍ଷତିରେ ପଡ଼ିବେ ।
ନଳରୁ ପାଣି ଗଳୁଥିଲେ ହେବ ଧନହାନି : ନଳରୁ ପାଣି ଗଳୁଥିଲେ ତୁରନ୍ତ ତାହାକୁ ରୋକିବାର ବ୍ୟବସ୍ଥା କରନ୍ତୁ । ନଚେତ ଏହା ବାସ୍ତୁ ଦୃଷ୍ଟିରୁ ଅଶୁଭ । ଏମିତି ହେଲେ ଆପଣଙ୍କ ଧନ ହାନି ଘଟିିବ ।




admin 