ଗୃହାବଦ୍ଧର ଫଟୋ ଛାଡ଼ିଲେ ନତାଶା-ପାଣ୍ଡ୍ୟା

ଗୃହାବଦ୍ଧର ଫଟୋ ଛାଡ଼ିଲେ ନତାଶା-ପାଣ୍ଡ୍ୟା

ଗୃହାବଦ୍ଧର ଫଟୋ ଛାଡ଼ିଲେ ନତାଶା-ପାଣ୍ଡ୍ୟା
ମୁମ୍ବାଇ: କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ଥିବା ଭାରତୀୟ କି୍ରକେଟ ଦଳର ଚର୍ଚ୍ଚିତ ଅଲରାଉଣ୍ଡର ଦାର୍ଦ୍ଧିକ ପାଣ୍ଡ୍ୟା ଓ ତାଙ୍କ ପ୍ରେମିକା ନତାଶା ଷ୍ଟଙ୍କୋଭିକ ଉଭୟଙ୍କର ଏକ ଅନ୍ତରଙ୍ଗ ତଥା ଆକର୍ଷଣୀୟ ଫଟୋ ଛାଡ଼ି ଘର ଭିତରେ ଓ ସୁରକ୍ଷିତ ଭାବେ ରହିବାକୁ ପ୍ରଶଂସକଙ୍କୁ ଆହ୍ୱାନ କରିଛନ୍ତି । ନତାଶା ନିଜ ଇନଷ୍ଟାଗ୍ରାମରେ ଏହି ଫଟୋକୁ ପ୍ରକାଶ କରିବା ପରେ ପାଣ୍ଡ୍ୟା ଏହାକୁ ଲାଇକ କରି ହୃଦୟ ଇମୋଜି ଦେଇଥିଲେ । ବନ୍ଧୁ କେଏଲ ରାହୁଲ ବି ଏହି ଫଟୋକୁ ଲାଇକ କରିଥିଲେ । ସେ ମଧ୍ୟ ଏକ ହୃଦୟ ଚିତ୍ରକୁ ଏଥିରେ ସଲଗ୍ନ କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ଅର୍ଥାତ ନୂଆବର୍ଷ ଦିନ ହିଁ ନତାଶାଙ୍କ ସହ ନିର୍ବନ୍ଧ ଖବରକୁ ପାଣ୍ଡ୍ୟା ଘୋଷଣା କରିଥିଲେ ।