ଗୁଳିମାଡରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୃତ

ଗୁଳିମାଡରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୃତ

ଗୁଳିମାଡରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୃତ
ବ୍ରହ୍ମପୁର: ସକାଳୁ ସକାଳୁ ବ୍ରହ୍ମପୁରରେ ଗୁଳିକାଣ୍ଡ ଘଟିଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଗୁଳିମାଡ ହୋଇଛି । ଗୁଳିମାଡରେ ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୃତୁ୍ୟ ଘଟିଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତୁ୍ୟ ଘଟିଛି । ସୁମଣ୍ଡଳ ଛକରେ ଚା ପିଉଥିବା ବେଳେ ଗୁଳିମାଡ ହୋଇଥିଲା । ଏକ ବାଇକରେ ୩ ଦୁର୍ବୃତ ଆସି ଗୁଳିମାଡ କରିଥିଲେ । ଗୁଳିମାଡ କରି ଦୁର୍ବୃତମାନେ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଦେବରାଜର ମୃତୁ୍ୟ ଘଟିଛି । ଗୁଳିମାଡର କୌଣସି କରାଣ ସ୍ପଷ୍ଟ ସୂଚନା ମିଳିନାହିଁ । ଗୁଳିମାଡ ହେବା ସମୟରେ ପାଖରେ ଥିବା ଲୋକମାନେ ଭୟରେ ପଳାଇଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ କରିଛି । ଦେବରାଜଙ୍କ ମୃତଦେହ ଜବତ କରିଛି ପୋଲିସ । ଅପରପକ୍ଷରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ପୁଲିସ ଏନେଇ ଛାନଭିନ ଆରମ୍ଭ କରିଦେଇଛି । ତେବେ ଦୁର୍ବୃତମାନଙ୍କର ପତା ମିଳିପାରିନାହିିଁ । ବ୍ୟକ୍ତିଗତ ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟଯେ, ମାହାଙ୍ଗା ଡବଲ ମଡର଼୍ର ଘଟଣା ଏବେ ଲୋକଙ୍କ ମନରୁ ଲିଭିନଥିବାବେଳେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ହତ୍ୟା ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୁଲିସ ବିଭିନ୍ନ ଟିମରେ ବିଭକ୍ତ ହୋଇ ଦୁର୍ବୃତଙ୍କୁ ଖୋଜିବା ଆରମ୍ଭ କରିଛି ।