କୋଭିଡ ଦ୍ୱିତୀୟ ଲହର ସଂକ୍ରମଣରେ ପୀଡ଼ିତମାନଙ୍କର ଫୁସଫୁସ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଛି

କୋଭିଡ ଦ୍ୱିତୀୟ ଲହର ସଂକ୍ରମଣରେ ପୀଡ଼ିତମାନଙ୍କର ଫୁସଫୁସ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଛି

କୋଭିଡ ଦ୍ୱିତୀୟ ଲହର ସଂକ୍ରମଣରେ ପୀଡ଼ିତମାନଙ୍କର ଫୁସଫୁସ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଛି
ଅହମଦାବାଦ : କୋଭିଡ ଦ୍ୱିତୀୟ ଲହର ସଂକ୍ରମଣରେ ପୀଡ଼ିତମାନଙ୍କର ଫୁସଫୁସ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଥିବା ଜଣାଯାଇଛି । ଏପରିକି ରୋଗୀଙ୍କ ଠାରେ କୌଣସି ଲକ୍ଷଣ ନଥାଇ ବି ସମ୍ପର୍କୀୟ ପଜିଟିଭ ବାହାରିବାରୁ ସେ ନିଜେ ପରୀକ୍ଷା କଲା ବେଳକୁ କୋଭିଡ ପଜିଟିଭ ଆସୁଛି । ସଂପୃକ୍ତ ଲକ୍ଷଣବିହୀନ କୋଭିଡ ପୀଡ଼ିତ ସିଟି ସ୍କାନ କଲାରୁ ତାଙ୍କ ଫୁସଫୁସର ୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ହୋଇ ସାରିଥିବା ଜଣାଯାଇଛି । ଏପରିକି ତାଙ୍କ ରକ୍ତରେ ଅମ୍ଳଜାନ ମାତ୍ରା ୮୫ ପ୍ରତିଶତକୁ ଖସି ଆସିଛି । ପରେ ପରେ ତାଙ୍କ ସମ୍ପର୍କୀୟଙ୍କର ମଧ୍ୟ ସିଟି ସ୍କାନ କଲାରୁ ତାଙ୍କ ଫୁସଫୁସର ୬୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସିଟି ସ୍କାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଦିଲ୍ଲୀ ଏମସ ନିଦେ୍ର୍ଧଶକ ଡା. ରଣଦୀପ ଗୁଲେରିଆ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ବିତର୍କ ଜାରି ରହିଥିବା ବେଳେ ଗୁଜରାଟର ଅହମଦାବାଦରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏପରି ଲକ୍ଷଣବିହୀନ କୋଭିଡ ପୀଡ଼ିତମାନେ ସିଟି ସ୍କାନ କରିବା ପାଇଁ ଧାଡ଼ି ଲଗାଇ ଚାଲିଛନ୍ତି । କାରଣ ଏହାଦ୍ୱାରା ହିଁ ସଂକ୍ରମଣର ଅତିଶୟତା ତଥା ଫୁସଫୁସର ଅସଲ ସ୍ଥିତି ବାରି ହୋଇପଡ଼ିବ । ବିଶେଷ କରି ଏହି ଦ୍ୱିତୀୟ ଲହର ସଂକ୍ରମଣରେ ମୁଖ୍ୟତଃ ଫୁସଫୁସ ବେଶୀ କ୍ଷତିଗ୍ରସ୍ତ ହେଉଥିବାରୁ ଏପରି ସିଟି ସ୍କାନ ହିଁ ଅନେକ ଜୀବନ ବଞ୍ଚାଇଦେଇପାରିବ ବୋଲି ଫୁସଫୁସ ବିଶେଷଜ୍ଞ ଡା. ରାହୁଲ ଜୈନ ମତ ରଖିଛନ୍ତି । ଏଥର ଅନେକ ଯୁବରୋଗୀଙ୍କ ଠାରେ ଫୁସଫୁସର ମଧ୍ୟମରୁ ଅତିଶୟ ଧରଣର ସମସ୍ୟା ଦେଖିବାକୁ ମିଳୁଛି ବୋଲି ବରିଷ୍ଠ ବିକିରଣ ଚିକିତ୍ସକ ଡା. ହେମନ୍ତ ପଟେଲ କହିଛନ୍ତି ।